ଓଡିଶା

odisha

ETV Bharat / state

ଆଲୋକର ପର୍ବରେ ଅନ୍ଧକାର ମଧ୍ୟରେ ଦୁଇ ଜାତୀୟ ଐତିହ୍ୟ ମନ୍ଦିର - ବୌଦ୍ଧର 2 ଜାତୀୟ ଐତିହ୍ୟ ମନ୍ଦିର ଅବହେଳିତ ଅବସ୍ଥାରେ

ଅନ୍ଧକାରରେ ବୌଦ୍ଧର ଐତିହ୍ୟ ସ୍ଥାନ । ବୌଦ୍ଧ ଜିଲ୍ଲାର ଗନ୍ଧରାଡ଼ିର ବିଶ୍ଵ ପ୍ରସିଦ୍ଧ ହରିହର ମନ୍ଦିର ଓ ନବମ ଶତାବ୍ଦୀରେ ନିର୍ମିତ ରାମେଶ୍ବର ମନ୍ଦିର ଦୀର୍ଘ ବର୍ଷ ହେଲା ଅବହେଳିତ ଅବସ୍ଥାରେ ପଡି ରହିଛି । ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି । ଅଧିକ ପଢନ୍ତୁ

ଆଲୋକର ପର୍ବ ଦୀପାବଳିରେ ଅନ୍ଧକାର ମଧ୍ୟରେ ଦୁଇ ଜାତୀୟ ଐତିହ୍ୟ ମନ୍ଦିର
ଆଲୋକର ପର୍ବ ଦୀପାବଳିରେ ଅନ୍ଧକାର ମଧ୍ୟରେ ଦୁଇ ଜାତୀୟ ଐତିହ୍ୟ ମନ୍ଦିର

By ETV Bharat Odisha Team

Published : Nov 12, 2023, 8:16 PM IST

ଆଲୋକର ପର୍ବ ଦୀପାବଳିରେ ଅନ୍ଧକାର ମଧ୍ୟରେ ଦୁଇ ଜାତୀୟ ଐତିହ୍ୟ ମନ୍ଦିର

ବୌଦ୍ଧ: ଆଜି ଆଲୋକର ପର୍ବ ଦୀପାବଳି । ସବୁଆଡେ ଆଲୋକ ମାଳାରେ ଝଲସି ଉଠୁଥିବା ବେଳେ ବୌଦ୍ଧ ଜିଲ୍ଲାର ଦୁଇ ପ୍ରତ୍ନତତ୍ତ୍ଵ ତଥା ଐତିହ୍ୟ ସମ୍ପନ୍ନ ମନ୍ଦିର ଅନ୍ଧକାର ମଧ୍ୟରେ ରହିଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ନାଗରିକ ତଥା ଶ୍ରଦ୍ଧାଳୁମାନେ ଦୁଃଖ ପ୍ରକାଶ କରିଛନ୍ତି ।

ପବିତ୍ର ଦୀପାବଳି ପାଇଁ ଚଳଚଞ୍ଚଳ ଗାଁ ଠାରୁ ସହର । ଆଜି ଦୀପାବଳି ପାଇଁ ବୌଦ୍ଧ ଜିଲ୍ଲାରେ ଖୁସି ତଥା ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ଆଲୋକର ପର୍ବ ଦୀପାବଳି ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ତେବେ ଏହି ପାର୍ବଣ ସମୟରେ ତଥା ଆଲୋକର ପର୍ବ ପାଳନ ସମୟରେ ବୌଦ୍ଧ ଜିଲ୍ଲାର ଦୁଇ ଜାତୀୟ ପ୍ରତ୍ନତତ୍ତ୍ଵ ଅଧିନରେ ଥିବା ମନ୍ଦିର ଅନ୍ଧକାର ମଧ୍ୟରେ ରହିଯାଇଛି ।

ଉତ୍କଳୀୟ ମନ୍ଦିର ସ୍ଥାପତ୍ୟର ଚରମ ନିଦର୍ଶନ ବୌଦ୍ଧ ଜିଲ୍ଲାର ଅଷ୍ଟମ ଶତାବ୍ଦୀରେ ନିର୍ମିତ ଗନ୍ଧରାଡ଼ିର ବିଶ୍ଵ ପ୍ରସିଦ୍ଧ ହରିହର ମନ୍ଦିର ଓ ନବମ ଶତାବ୍ଦୀରେ ନିର୍ମିତ ବୌଦ୍ଧ ଜିଲ୍ଲା ସଦର ମହକୁମାର ରାମେଶ୍ବର ମନ୍ଦିର ଦୀର୍ଘ ବର୍ଷ ହେଲା ଅବହେଳିତ ଅବସ୍ଥାରେ ପଡି ରହିଛି । ଉଭୟ ମନ୍ଦିର କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗ ଅଧିନରେ ରହିଥିବା ବେଳେ ଉକ୍ତ ଦୁଇ ଜାତୀୟ ଧରୋହରର ସୁରକ୍ଷା, ସୌନ୍ଦର୍ଯ୍ୟକରଣ ,ଆଲୋକୀକରଣ ବ୍ୟବସ୍ଥା ଅତ୍ୟନ୍ତ ଅବହେଳିତ ହୋଇରହିଛି ।

ଏହାମଧ୍ୟ ପଢନ୍ତୁ..ସରକାରୀ ଯୋଜନାରୁ ବଞ୍ଚିତ ପରିବାର, ଝାଟିମାଟି ଘରେ 6 ପ୍ରାଣୀ

ଦୂରଦୂରାନ୍ତରରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏହି ମନ୍ଦିର ନିକଟରେରେ ନା ଅଛି ରହଣି ସ୍ଥାନ ନା ଅଛି ଶୌଚାଳୟର ବ୍ୟବସ୍ଥା । ଯେଉଁଥିପାଇଁ ଶ୍ରଦ୍ଧାଳୁମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସଂଧ୍ୟା ହେଲେ ଏହି ଦୁଇ ଜାତୀୟ ଧରୋହର ଅଞ୍ଚଳରେ କେବଳ ଅନ୍ଧକାର ଦେଖାଯାଇଥାଏ । ବୌଦ୍ଧ ଜିଲ୍ଲା ସଦର ମହକୁମାଠାରେ ରାମେଶ୍ବର ମନ୍ଦିର ଓ ଗନ୍ଧରାଡ଼ିର ହରିହର ମନ୍ଦିରର ଏଭଳି ଅବସ୍ଥା ନେଇ ବାରମ୍ବାର ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏନେଇ କୌଣସି ଉନ୍ନତି ହୋଇ ପାରିନାହିଁ ।

ଗନ୍ଧରାଡ଼ି ଠାରେ ପର୍ଯ୍ୟଟକଙ୍କ ପାଇଁ ନିର୍ମାଣ ହୋଇଥିବା ପାନ୍ଥନିବାସ ଉଦଘାଟନ ଦିନ ଠାରୁ ଆନୁସାଙ୍ଗିକ ସୁବିଧା ନଥିବାରୁ ସେଠାରେ ତାଲା ଝୁଲୁଛି । ଗତ ଦୁଇ ବର୍ଷ ହେଲା ଅଞ୍ଚଳବାସୀ ଏହି ପ୍ରାଚୀନ ପୀଠର ପ୍ରଚାର ପ୍ରସାର ପାଇଁ ଗନ୍ଧରାଡ଼ି ମହୋତ୍ସବର ପରିକଳ୍ପନା କରିଥିବା ବେଳେ ମନ୍ଦିରର ବିକାଶ ଠିକରେ ହୋଇ ପାରୁନାହିଁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details