ବୌଦ୍ଧ:ଆନନ୍ଦ ଉଲ୍ଲାସର ସହିତ ବିଭିନ୍ନ ସ୍ଥାନରେ ରଜ ଉତ୍ସବ ପାଳିତ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଶୈଳୀରେ ରଜ ଉତ୍ସବ ପାଳନ କରାଯାଇଛି । ବୌଦ୍ଧ ଜିଲ୍ଲା ସଦର ମହକୁମା ଟାଉନହଲ ପରିସରରେ ଜିଲ୍ଲା ପ୍ରଶାସନ ଓ ଗେହ୍ଲା ମା' କଳା ନିକେତନ ମିଳିତ ଭାବରେ ରଜ ମହୋତ୍ସବ ତଥା ମୌସୁମୀ ଉତ୍ସବ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ କୁନି କୁନି ଝିଅ ମାନଙ୍କ ସହିତ କିଶୋରୀ ଓ ମହିଳା ମାନେ ବହୁ ସଂଖ୍ୟାରେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ଥିଲେ । କୁଇଜ, କୌତୁକିଆ ଖେଳ, ନୃତ୍ୟ ସଂଗୀତରେ ଟାଉନହଲ କମ୍ପି ଉଠିଥିବା ବେଳେ ଖିଲି ପାନର ସ୍ବତନ୍ତ୍ର ଆସର ଜମିଥିଲା ।
ବୌଦ୍ଧରେ ରଜ ମହୋତ୍ସବ ଓ ମୌସୁମୀ ଉତ୍ସବ ଉଦ୍ଯାପିତ - ବୌଦ୍ଧ ରେ ରଜ
ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ଉତ୍ସବ ପାଳନ କରାଯାଇଛି । ଟାଉନହଲଠାରେ ଜିଲ୍ଲା ପ୍ରଶାସନ ଓ ଗେହ୍ଲା ମା' କଳା ନିକେତନ ମିଳିତ ଭାବରେ ରଜ ମହୋତ୍ସବ ଓ ମୌସୁମୀ ଉତ୍ସବ ପାଳନ କରିଛନ୍ତି । ଅଧିକ ପଢନ୍ତୁ
ବୌଦ୍ଧ ରେ ରଜ ମହୋତ୍ସବ ଓ ମୌସୁମୀ ଉତ୍ସବ ପାଳିତ
ଆଉ ଏଥିରେ ବିଶେଷ ଆକର୍ଷଣ ଥିଲା ଚାଓମିନ, ମଞ୍ଚୁରିଆନ, ଦୋସା, ଦହିବରା, ଗୁପଚୁପ ଭଳି ଚଟପଟା ଖାଦ୍ୟ । ରଜ ଦୋଳିରେ ବସି ମହିଳା ଓ ଝିଅ ମାନେ ବିଭିନ୍ନ ଗୀତ ଗାଇ ନାଚ କରି ବେଶ ମଉଜ ମସ୍ତି କରିଥିଲେ । ତେବେ ଦୀର୍ଘ ଦୁଇ ବର୍ଷ ପରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥିବାରୁ ସମସ୍ତେ ବେଶ ଆନନ୍ଦ ପ୍ରକାଶ କରିଛନ୍ତି ।