ଓଡିଶା

odisha

ETV Bharat / state

ବିବାଦରେ ପଞ୍ଚାୟତ କାର୍ଯ୍ୟାଳୟ କୋଠା

ଗତ ଦୁଇ ବର୍ଷ ପୂର୍ବେ ବୌଦ୍ଧର ହରଭଙ୍ଗା ବ୍ଲକରେ ରାଧାନଗର ନାମରେ ଏକ ନୂଆ ଗ୍ରାପଞ୍ଚାୟତ ଗଠନ କରାଯାଇ ଏହାର ନୂତନ କୋଠା ନିର୍ମାଣ କରାଯାଇଥିଲା । ଆଜି ପର୍ଯ୍ୟନ୍ତ ଦୁଇ ଗୋଷ୍ଠୀର ବିବାଦ ଯୋଗୁଁ କାର୍ଯ୍ୟକ୍ଷମ ହୋଇପାରୁନି ପଞ୍ଚାୟତ କାର୍ଯ୍ୟାଳୟ।

By

Published : Sep 2, 2019, 10:24 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଦୀର୍ଘ ଦିନ ହେଲା ନିର୍ମାଣ ହୋଇଛି ପଞ୍ଚାୟତ କାର୍ଯ୍ୟାଳୟ କୋଠା । ହେଲେ ଦୁଇ ଗୋଷ୍ଠୀର ବିବାଦ ଯୋଗୁଁ କାର୍ଯ୍ୟକ୍ଷମ ହୋଇ ପାରୁନି ଏହି ଘର । ଯାହାର ସିଧାସଳଖ ପ୍ରଭାବ ପଡୁଛି ହିତାଧିକାରୀଙ୍କ ଉପରେ । ଏଭଳି ଘଟଣା ଦେଖିବାକୁ ମିଳିଛି ହେଉଛି ବୌଦ୍ଧର ହରଭଙ୍ଗା ବ୍ଲକ ଅଧିନସ୍ଥ ରାଧାନଗର ପଞ୍ଚାୟତରେ ।


ଦୁଇ ବର୍ଷ ପୂର୍ବେ ଏହି ଜିଲ୍ଲାରେ ନୂତନ ଗ୍ରାମପଞ୍ଚାୟତ ଭାବେ ରାଧାନଗର ଗଠନ କରାଯାଇଥିଲା । ଆଜି ପର୍ଯ୍ୟନ୍ତ ଏହି ପଞ୍ଚାୟତର କାର୍ଯ୍ୟାଳୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଛି ।

ଗୋଟିଏ ଗୋଷ୍ଠୀ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ସପକ୍ଷରେ ଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଏହାକୁ ବିରୋଧ କରୁଛି । ଆଉ ଏହା ଯୋଗୁଁ ପ୍ରଭାବିତ ହେଉଛନ୍ତି ସାଧାରଣ ଲୋକେ । ଫଳରେ ହିତାଧିକାରୀ ବିଭିନ୍ନ କାର୍ଯ୍ୟାଳୟ ପୂର୍ବ ପଞ୍ଚାୟତ ମଥୁରା ଉପରେ ନିର୍ଭରଶୀଳ ରହୁଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଏପଟେ ପଞ୍ଚାୟତ କାର୍ଯ୍ୟାଳୟରେ ସମସ୍ୟା ଥିବାରୁ ସରକାରୀ ଯୋଜନା ଠିକ ଭାବେ ଏଠାରେ କାର୍ଯ୍ୟକାରୀ ହୋଇପାରୁ ନଥିବା ଅଭିଯୋଗ ହୋଇଛି। ତେବେ ନିର୍ବାହୀ ଅଧିକାରୀ କିମ୍ବା ବିଡ଼ିଓ ଏସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ତୁରନ୍ତ ଜିଲ୍ଲା ପ୍ରଶାସନ ଏହାର ସମାଧାନ କରିବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ABOUT THE AUTHOR

...view details