ବୌଦ୍ଧ: ଜିଲ୍ଲାରେ ଆସନ୍ତା 19 ତାରିଖରୁ ଆରମ୍ଭ ହେବ ରବି ଧାନକ୍ରୟ ପ୍ରକ୍ରିୟା । ମଙ୍ଗଳବାର ସଂଧ୍ୟାରେ ଅନୁଷ୍ଠିତ ଜିଲ୍ଲା ଧାନକ୍ରୟ କମିଟିରେ ଏହି ନିଷ୍ପତ୍ତି ହୋଇଛି । ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷର ରବିଧାନ କ୍ରୟ ଆସନ୍ତା 19 ତାରିଖରୁ ଆରମ୍ଭ ହେବ ।
ସୂଚନା ଥାଉକି, ଜିଲ୍ଲାର ସର୍ବମୋଟ 3300 ଜଣ ପଞ୍ଜିକୃତ ଚାଷୀଙ୍କ ଧାନ ଜୁନ୍ 30 ତାରିଖ ପର୍ଯ୍ୟନ୍ତ କ୍ରୟ କରାଯିବ ବୋଲି ସ୍ଥିର ହୋଇଛି । ଚଳିତ ବର୍ଷ ଜିଲ୍ଲାର 25 ଗୋଟି ଧାନକ୍ରୟ କେନ୍ଦ୍ରରେ ଚାଷୀଙ୍କ ଠାରୁ ପ୍ରାୟ ଦୁଇ ଲକ୍ଷ କ୍ବିଣ୍ଟାଲର ଧାନ ସଂଗ୍ରହ ଲକ୍ଷ୍ୟ ରହିଛି ।