ଓଡିଶା

odisha

By

Published : Jun 27, 2021, 8:09 PM IST

ETV Bharat / state

ପାଖେଇ ଆସୁଛି ଘୋଷଯାତ୍ରା, ତିନି ରଥର 75 ପ୍ରତିଶତ କାର୍ଯ୍ୟ ଶେଷ

ପାଖେଇ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା । ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ଚାରି ନାହାକା, ୧୪ ନାହାକା, ଯୋଖା, ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଭୂଇଁ ଆଦି ୭୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । ଅଧିକ ପଢନ୍ତୁ...

ତିନି ରଥର 75 ପ୍ରତିଶତ କାର୍ଯ୍ୟ ଶେଷ
ତିନି ରଥର 75 ପ୍ରତିଶତ କାର୍ଯ୍ୟ ଶେଷ

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା । ରଥଯାତ୍ରା ପାଇଁ ଜୋରଦାର ଚାଲିଛି ରଥ ନିର୍ମାଣ । ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ଚାରି ନାହାକା, ୧୪ ନାହାକା, ଯୋଖା, ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଭୂଇଁ ଆଦି ୭୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି ।

ତିନି ରଥର 75 ପ୍ରତିଶତ କାର୍ଯ୍ୟ ଶେଷ

ବର୍ତ୍ତମାନ ତିନି ରଥର ପୋଟଳ ନିର୍ମାଣ କାର୍ଯ୍ୟ ଜକିଆ କଣ୍ଟା ବାଡ଼ା ଯାଇ ପ୍ରସ୍ତୁତ ହେଉଛି । ସମସ୍ତ ପୋଟଳ ରଥ ଉପରେ ସଂଯୋଗ ପୂର୍ବରୁ ପୋଟଳ ଗୁଡ଼ିକର ଚାରି ପାର୍ଶ୍ବରେ କଣ୍ଟା ବାଡ଼ାଯିବ । ଶନିବାର ୩୨ଟି ଲେଖାଁଏ ପାଖୁଡ଼ା ନିର୍ମାଣ କରାଯିବା ପରେ କଳସ ପେଣ୍ଡିରେ ବସାଯାଇଛି । କନକ ମୁଣ୍ଡି, ଦୁଆର ବେଢା ଆଦି କାର୍ଯ୍ୟ ପାଇଁ ପ୍ରସ୍ତୁତି ଚାଲିଛି।

ସେପଟେ ରଥରେ ଚିତ୍ରକର ସେବକ ମାନେ ନିଜର କାର୍ଯ୍ୟକୁ ଆଗେଇ ନେଉଛନ୍ତି। ଏବେ ତିନି ରଥରେ ସିଂହାସନ କାମ, ନାଟ ଗୋଡ଼ , ପ୍ରଭା କାମ ହେବ। କୋଣ ଗୁଜ, ପଟା ଗୁଜ, ଶେଷ ହୋଇଛି। ଅନ୍ୟପଟେ ତିନି ରଥର ସଖି, ଘୋଡ଼ା ଆଦିର ରଙ୍ଗ ଓ ମରାମତି କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details