ଓଡିଶା

odisha

ETV Bharat / state

ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଆଉ ଲାଞ୍ଚୁଆ ସରକାରୀ ବାବୁଙ୍କୁ ନିସ୍ତାର ନାହିଁ। ଗତ ଦୁଇ ମାସ ମଧ୍ୟରେ ପାଞ୍ଚ ଜଣ ଲାଞ୍ଚୁଆ ବାବୁଙ୍କୁ ଜାଲରେ ଛନ୍ଦିବା ପରେ ଏବେ ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ଅଧିକ ଖବର ପଢନ୍ତୁ...

ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଲାଞ୍ଚୁଆ ବାବୁ

By

Published : Oct 22, 2019, 7:49 PM IST

ବୌଦ୍ଧ: ଆକ୍ସନ ମୁଡରେ ଭିଜିଲାନ୍ସ ବିଭାଗ। ଆଉ ଲାଞ୍ଚୁଆ ସରକାରୀ ବାବୁଙ୍କୁ ନିସ୍ତାର ନାହିଁ। ବିଗତ ପ୍ରାୟ ଦୁଇ ବର୍ଷର ନିରବତା ପରେ ଏବେ ପୁଣି ଚିହିଁକି ଉଠିଛି ଭିଜିଲାନ୍ସ ବିଭାଗ। ଗତ ଦୁଇ ମାସ ମଧ୍ୟରେ ପାଞ୍ଚ ଜଣ ଲାଞ୍ଚୁଆ ବାବୁଙ୍କୁ ଜାଲରେ ଛନ୍ଦିବା ପରେ ଏବେ ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ।

ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଲାଞ୍ଚୁଆ ବାବୁ

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍କକ ଅନ୍ତର୍ଗତ ଘଣ୍ଟାପଡା ପଞ୍ଚାୟତର ଜିଆରଏସ ପାଣ୍ଡବ ମହଲା ଆବାସ ଗୃହ ପ୍ରଦାନ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି । ସେ କନାସିରା ଗ୍ରାମର ଜଣେ ଅତ୍ୟନ୍ତ ଗରିବ ବ୍ୟକ୍ତି ରିସିପାଲ ରଣାଙ୍କ ଠାରୁ 15 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପାଣ୍ଡବକୁ ଭିଜିଲାନ୍ସ ବିଭାଗ କାବୁ କରିଛି ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ଓ ବ୍ଲକ ଗୁଡିକ ସହିତ ରାଜସ୍ବ ବିଭାଗର କାର୍ଯ୍ୟାଳୟ ଗୁଡିକ ଏବେ ଦୁର୍ନୀତି ର ଗନ୍ତାଘର ପାଲଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ମଙ୍ଗଳବାର ଦିନ ଫୁଲବାଣୀ ଭିଜିଲାନ୍ସ ଡିଏସପି ରବିକାନ୍ତ ସୁନାଙ୍କ ନେତୃତ୍ବରେ ହୋଇଥିବା ଏହି ଚଢାଉରେ ପଲସ୍ତି ଛତ୍ରିଆ, ସୁବୋଧ ମିଶ୍ର, ରାମଚନ୍ଦ୍ର ସାହୁ ପ୍ରମୁଖ ସାମିଲ ହୋଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details