ବୌଦ୍ଧ: ଏକ ମାସ ପୂର୍ବେ ଐତିହ୍ୟ ସମ୍ପନ୍ନ କଚେରୀ କୋଠା ନିର୍ମାଣର ଶହେ ବର୍ଷ ପୂର୍ତ୍ତି ହୋଇଥିଲା । ଏହି ଅବସରରେ ଜିଲ୍ଲା ପ୍ରଶାସନ ଉଦ୍ୟମରେ ପ୍ରତିଷ୍ଠା କରାଯାଇଥିବା ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟକୁ ଉଦଘାଟନ କରାଯାଇଥିଲା । ବର୍ତ୍ତମାନ ଭଞ୍ଜ ବଂଶୀୟ ଶାସକଙ୍କ ନାମରେ ସଂଗ୍ରହାଳୟ ପରିସରରେ ସେମାନଙ୍କ କିଛି ସ୍ମୃତିପୀଠ କିମ୍ବା ତାଙ୍କ ନାମରେ କୋଠରୀ ନାମିତ କରିବାକୁ ବୁଦ୍ଧିଜୀବୀ ପ୍ରସ୍ତାବ ଦେଇଛନ୍ତି ।
ଗତ ଜାନୁଆରୀ ମାସ 2 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ । ଆଧୁନିକ ବୌଦ୍ଧ ଗଡଜାତର ରୂପରେଖ ପ୍ରଦାନ କରିଥିବା ରାଜାଙ୍କ ସ୍ମୃତିପୀଠ ସ୍ଥାପନ ପାଇଁ ବୁଦ୍ଧିଜୀବୀ ମତ ଦେଇଛନ୍ତି । 1921 ମସିହାରେ ରାଜା ଶାସନ କାଳରେ ନିର୍ମିତ ରାଜାଙ୍କ କଚେରୀ କୋଠାକୁ ସଂଗ୍ରହାଳୟରେ ପରିଣତ କରାଯାଇଥିଲା । ଅନେକ ନେତା, ମନ୍ତ୍ରୀ ଓ ବହୁ ପ୍ରଶାସନିକ ଅଧିକାରୀ ଏହି ସଂଗ୍ରହାଳୟ ବୁଲି ଦେଖିବା ସହ ଏଭଳି ନିଆରା ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରିଥିଲେ ।