ଓଡିଶା

odisha

ETV Bharat / state

ବାସ୍ତବ ରୂପ ନେଉନି ପ୍ରତିଶୃତି, ସାଂସଦଙ୍କୁ ସ୍ମାରକପତ୍ର

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣରେ ଅଗ୍ରଗତି ଓ ବୌଦ୍ଧ ବାଏପାସ ରାସ୍ତା ନିର୍ମାଣ ପାଇଁ ହେଉଛି ଅହେତୁକ ବିଳମ୍ବ । ଯାହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ବଢିବାରେ ଲାଗିଛି ଅସନ୍ତୋଷ ।

By

Published : Aug 11, 2019, 5:52 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣରେ ଅଗ୍ରଗତି ଓ ବୌଦ୍ଧ ବାଏପାସ ରାସ୍ତା ନିର୍ମାଣ ପାଇଁ ହେଉଛି ଅହେତୁକ ବିଳମ୍ବ । ଯାହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ବଢିବାରେ ଲାଗିଛି ଅସନ୍ତୋଷ । ତେବେ ଏହି ଦାବିକୁ ନେଇ ଶନିବାର ବୌଦ୍ଧ ନାଗରିକ କମିଟି କନ୍ଧମାଳ ସାଂସଦଙ୍କୁ ଭେଟି ଅବଗତ କରାଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ନାଗରିକ କମିଟିର ଏକ ପ୍ରତିନିଧ ମଣ୍ଡଳି ଫୁଲବାଣୀଠାରେ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାର ବିଭିନ୍ନ ସଙ୍ଗଠନର ପ୍ରତିନିଧି, ବୁଦ୍ଧିଜୀବୀ ଓ ସାମ୍ବାଦିକମାନେ ମିଳିତ ଭାବେ ଜିଲ୍ଲାରେ ରେଳପଥର ଅଗ୍ରଗତି, ବାଏପାସ ରାସ୍ତା ଓ ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟା ସମ୍ପର୍କରେ ସାଂସଦଙ୍କ ସହ ଆଲୋଚନା କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details