ଓଡିଶା

odisha

By

Published : May 25, 2019, 5:42 AM IST

ETV Bharat / state

ଡାକ୍ତରଖାନାରେ ନାହିଁ ମୌଳିକ ସୁବିଧା, ଚଟାଣରେ ନବଜାତ ଓ ପ୍ରସୂତୀ

ପ୍ରସୂତି ଓ ନବଜାତକଙ୍କ ପାଇଁ ମୌଳିକ ସୁବିଧା ଯୋଗାଇ ପାରୁନାହିଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଡାକ୍ତରଖାନା ଚଟାଣରେ ଗଡୁଛନ୍ତି ପ୍ରସୂତି ଓ ନବଜାତ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଡାକ୍ତରଖାନାର ଚଟାଣରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପ୍ରସୂତୀ ମହିଳା । କେବଳ ମହିଳା ନୁହେଁ, ନବଜାତ ଶିଶୁ ମଧ୍ୟ ବେଡ କିମ୍ବା ଅନ୍ୟ କୌଣସି ସୁରକ୍ଷିତ ସ୍ଥାନ ନପାଇ ଚଟାଣରେ ଲୋଟିଛି । ଏଭଳି ଅଭାବନୀୟ ଦୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ଡାକ୍ତରଖାନାର ନୁହେଁ, ବରଂ ଏହା ହେଉଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୃଶ୍ୟ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ଦେଖାଦେଇଛି ଚରମ ଅବ୍ୟବସ୍ଥା । ରୋଗୀଙ୍କ ସହାୟକଙ୍କ ନିମନ୍ତେ କୌଣସି ସୁବିଧା କଥା ଛାଡନ୍ତୁ, ଏଠାରେ ରୋଗୀଙ୍କ ପାଇଁ ମଧ୍ୟ ଆନୁଷଙ୍ଗିକ ସୁବିଧା ନଥିବା ଜଣାପଡିଛି । ପାନୀୟ ଜଳ, ଶୌଚ ବ୍ୟବସ୍ଥା, ଖାଦ୍ୟ ବ୍ୟବସ୍ଥା ଭଳି ମୌଳିକ ସୁବିଧା ବି ଏଠାରେ ନାହିଁ । ସଦ୍ୟଜାତ ଶିଶୁ ଓ ପ୍ରସୂତୀଙ୍କୁ ଡାକ୍ତରଖାନା ଚଟାଣରେ ପଡିଥିବାର ଦୃଶ୍ୟ ଦେଖିଲେ ଆମ ବ୍ୟବସ୍ଥା କେତେ ସୁଦୃଢ ତାହା ଜଳଜଳ ହୋଇ ଦେଖାଯାଉଛି । ତେବେ ଏହି ଘଟଣା ପରେ ଖରା ଓ ଗରମରେ ଆଉଟୁପାଉଟୁ ଡାକ୍ତରଖାନା ଚଟାଣରେ ପଡିଥିବା ପ୍ରସୂତୀ ମହିଳାଙ୍କ ନିମନ୍ତେ ତୁରନ୍ତ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details