ଓଡିଶା

odisha

ETV Bharat / state

ନୂଆଖାଇ ପାଇଁ ଛୁଟିରେ ଡାକ୍ତର, ହନ୍ତସନ୍ତ ପ୍ରସୂତି

ନୂଆଖାଇ ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଡାକ୍ତର ଛୁଟିରେ ଥିବାରୁ ପ୍ରସୂତି ମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଜଣେ ମହିଳାଙ୍କୁ ଅର୍ଦ୍ଧ ପ୍ରସବ ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ ହୋଇଛି ।

By

Published : Sep 3, 2019, 11:07 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅବ୍ୟବସ୍ଥା ଅଭିଯୋଗ । ମଙ୍ଗଳବାର ଗଣପର୍ବ ନୂଆଖାଇ ଉପଲକ୍ଷେ ଡାକ୍ତରମାନେ ଛୁଟିରେ ଥିବାରୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଖାସକରି ପ୍ରସୂତୀମାନେ ବିଶେଷ ଭାବରେ ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ମଙ୍ଗଳବାର ସମୁଦାୟ 9 ଜଣ ପ୍ରସୂତୀ ଡାକ୍ତରଖାନାକୁ ଆସିଥିଲେ ମଧ୍ୟ କେବଳ ଦୁଇ ଜଣଙ୍କ ଚିକିତ୍ସା କରାଯାଇଥିଲା । ଅନେକ ପ୍ରସୂତି ମହିଳାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବାରୁ ଡାକ୍ତରଖାନା ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ପରିସ୍ଥିତି ଏପରି ଥିଲା ଯେ ଜଣେ ମହିଳାଙ୍କୁ ଅର୍ଦ୍ଧ ପ୍ରସବ ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଚିକିତ୍ସାଳୟରେ ଏଭଳି ଅବ୍ୟବସ୍ଥା ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ABOUT THE AUTHOR

...view details