ଓଡିଶା

odisha

ETV Bharat / state

ମାର୍ଚ୍ଚ ପହିଲାରୁ ବୌଦ୍ଧରେ ପଲିଥିନ ବନ୍ଦ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବୌଦ୍ଧ ସହର। ମାତ୍ର ଅଳିଆ ଆବର୍ଜନା ଯୋଗୁଁ ସହରର ପ୍ରାକୃତିକ ଶୋଭାରାଜି ନଷ୍ଟ ହେଉଥିବା ବେଳେ ଏହାର ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ବନବିଭାଗ।

By

Published : Feb 10, 2019, 7:43 AM IST

ବୌଦ୍ଧ: ଏକଦା ସୌନ୍ଦର୍ଯ୍ୟରେ ଭରପୂର ଥିବା ଗଡଖାଇର ଜଳାଶୟ ଏବେ ପାଲଟିଛି ସହରର ଅଳିଆ ଗଦା । ଏଠାରେ ପ୍ରତ୍ୟେକ ଦିନ କୁଢ଼କୁଢ଼ ପଲିଥିନ ଓ ଅନ୍ୟାନ୍ୟ ଆବର୍ଜନାକୁ ପକାଯାଉଛି । ଯାହାଫଳରେ ଦୁର୍ଗନ୍ଧରେ ଫାଟି ପଡୁଛି ସେହି ଅଞ୍ଚଳ । ଏହି ପଲିଥିନ ଓ ଅନ୍ୟାନ୍ୟ କଠିନ ବର୍ଜ୍ୟବସ୍ତୁକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପରିବେଶ ବିଭାଗରୁ କଡା ନିର୍ଦ୍ଦେଶ ମିଳିବା ପରେ ଏବେ ଆକ୍ସନ ମୁଡକୁ ଆସିଛି ବୌଦ୍ଧ ବନବିଭାଗ ।

ପୂର୍ବରୁ ହୋଇଥିବା ପଲିଥିନ ବନ୍ଦ ନିଷ୍ପତ୍ତି ସମ୍ପୂର୍ଣ୍ଣ ଫେଲ ମାରିଥିବାବେଳେ ପୁଣିଥରେ ଆସନ୍ତା ମାର୍ଚ୍ଚ ପହିଲାରୁ ଏହି ପଲିଥିନ ଓ ଅନ୍ୟ କେତେକ ନିର୍ଦ୍ଦିଷ୍ଟ ବସ୍ତୁକୁ ପ୍ରଶାସନର ସହାୟତାରେ ବନ୍ଦ କରିବାକୁ ପ୍ରସ୍ତୁତ ହୋଇଛି । ଏ ସମ୍ପର୍କରେ ପ୍ରଶାସନ, ବଣିକ ସଂଘ ଓ ଅନ୍ୟ କେତେକ ସଂଗଠନକୁ ନେଇ ଆଲୋଚନା ମଧ୍ୟ ହୋଇଛି ।

ଏହା ବ୍ୟତୀତ ବୌଦ୍ଧ ସହରର ପଲିଥିନ ଯୁକ୍ତ ଆବର୍ଜନାର ସ୍ଥାନକୁ ନେଇ ଦୀର୍ଘ ଦିନ ହେବ ଜାଗା ନ ମିଳିବା ସହରକୁ କେତେ ପରିମାଣରେ ସ୍ବଚ୍ଛ କରି ହେବ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ନ୍ୟୁଜ୍

ABOUT THE AUTHOR

...view details