ଓଡିଶା

odisha

ETV Bharat / state

ପୋଲିସର ମହାନତା; ଆହତ ଗାଈକୁ ଯୋଗାଇଲେ ସ୍ବାସ୍ଥ୍ୟସେବା - health care

ବୌଦ୍ଧ ଜିଲ୍ଲାର 16 ନମ୍ବର ଜାତୀୟ ରଜପଥରେ ଦୁର୍ଘଟଣାର ଶିକାର ହୋଇଥିବା ଗୋଟିଏ ଗାଈକୁ ସ୍ବାସ୍ଥ୍ୟ ସେବା ଯୋଗାଇଛନ୍ତି ପୋଲିସ ଅଧିକାରୀ । ଅଧିକ ପଢନ୍ତୁ...

ଆହତ ଗାଈକୁ ଯୋଗାଇଲେ ସ୍ବାସ୍ଥ୍ୟସେବା
ଆହତ ଗାଈକୁ ଯୋଗାଇଲେ ସ୍ବାସ୍ଥ୍ୟସେବା

By

Published : May 12, 2021, 1:03 PM IST

ଖୋର୍ଦ୍ଧା: ପୋଲିସ ଅଧିକାରୀଙ୍କ ମହାନତା । ଲୋକଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବା ସହିତ ପଶୁଙ୍କ ପାଇଁ ବି ସମୟ କାଢିଛନ୍ତି ପୋଲିସ କର୍ମଚାରୀ । ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିବା ଗୋଟିଏ ଗାଈର ସେବା କରି ନିଜ ମହାନତାର ପରିଚୟ ଦେଇଛନ୍ତି ପୋଲିସ । ଏପରି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାର 16 ନମ୍ବର ଜାତୀୟ ରାଜପଥରେ ।

ଆହତ ଗାଈକୁ ଯୋଗାଇଲେ ସ୍ବାସ୍ଥ୍ୟସେବା

ରାଜ୍ୟରେ ଉପରମୁହାଁ ହୋଇଛି କୋରୋନା ଗ୍ରାଫ । କୋରୋନାରୁ ରକ୍ଷା ପାଇବା ପାଉଁ ରାଜ୍ୟରେ ଲକଡାଉନ ଓ ସଟଡାଉନ ବଳବତ୍ତର ରହିଛି । ଫଳରେ ସବୁ କିଛି ବନ୍ଦ ରହିଛି । ଲୋକେମାନେ ଘରେ ରହୁଥିବାବେଳେ ବୁଲା ଗୋରୁ ଗାଈଙ୍କ ଅବସ୍ଥା କହିଲେ ନ ସରେ । ବୌଦ୍ଧ ଜିଲ୍ଲା 16 ନମ୍ବର ଜାତୀୟ ରାଜପଥରେ ବାଇକ ଧକ୍କାରେ ଗୋଟିଏ ଗାଈ ସେହି ସ୍ଥାନରେ ପଡି ରହିଥିଲା । ଏହାର ଖବର ପାଇ ବାଲୁଗାଁ ନାଚୁଣୀ ଫାଣ୍ଡିର ଏସଡିପିଓ ମାନସ ରଞ୍ଜନ ବାରିକ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ନାଚୁଣୀ ପ୍ରାଣୀ ଚିକିତ୍ସକଙ୍କ ଜରିଆରେ ଗାଈକୁ ଚିକିତ୍ସା କରାଇଥିଲେ । ଗାଈର ଗୋଡରେ ଅସ୍ତ୍ରୋପଚାର କରାଇ ସୁରକ୍ଷିତ ସ୍ଥାନରେ ଆଶ୍ରୟ ଦିଆଯାଇଛି । ସବୁଠୁ ବଡ କଥା ହେଲା ବର୍ତ୍ତମାନ ମଣିଷଙ୍କ ପାଖରେ ମଣିଷଙ୍କ ପାଇଁ ସମୟ ନଥିବା ବେଳେ ପଶୁ ପାଇଁ ସମୟ ଦେଇ ତାହାର ସେବା କରିବା ପ୍ରଶଂସା ଯୋଗ୍ୟ ହୋଇଛି । ପୋଲିସଙ୍କର ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details