ଓଡିଶା

odisha

ETV Bharat / state

‘ଆଗାମୀ ଦିନରେ ଭଲ ମଣିଷ ହେବା ଲକ୍ଷ୍ୟ’ - topper

ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୭୨% ନମ୍ବର ରଖି ସୁଧାଂଶୁ ବାରିକ ଶୀର୍ଷ ସ୍ଥାନରେ ରହିଛନ୍ତି । ‘ଇଟିଭି ଭାରତ’ ସହ ସେ ତାଙ୍କ ସଫଳତାର ରହସ୍ୟ ଓ ଆଗାମୀ ଦିନର ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ବଡ ମଣିଷ ହେବା ଅପେକ୍ଷା ଭଲ ମଣିଷ ହେବେ ବୋଲି ସେ କହିଛନ୍ତି ।

ଡିଜାଇନ ଫଟୋ

By

Published : Jun 4, 2019, 6:27 PM IST

ବୌଦ୍ଧ: ଯୁକ୍ତ ଦୁଇ ବିଜ୍ଞାନ ଫଳ ସୋମବାର ପ୍ରକାଶ ପାଇଥିଲା । ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୭୨% ନମ୍ବର ରଖି ସୁଧାଂଶୁ ବାରିକ ଶୀର୍ଷରେ ରହିଛନ୍ତି । ତେବେ ‘ଇଟିଭି ଭାରତ’ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସେ ତାଙ୍କ ସଫଳତାର ରହସ୍ୟ ଓ ଆଗାମୀ ଦିନର ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ବଡ ମଣିଷ ହେବା ଅପେକ୍ଷା ଭଲ ମଣିଷ ହେବି ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାରେ ଚଳିତବର୍ଷ ଯୁକ୍ତ ଦୁଇରେ ୧୫୨ ଜଣ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୮୨ ଜଣ ପାସ ହୋଇଛନ୍ତି । ପାସ ହାର ୫୩.୯୪ ପ୍ରତିଶତ ରହିଛି । ପ୍ରଥମ ଶ୍ରେଣୀରେ ୬, ଦ୍ବିତୀୟ ଶ୍ରେଣୀରେ ୨୯, ତୃତୀୟ ଶ୍ରେଣୀରେ ୪୭ ଜଣ ପାସ କରିଛନ୍ତି ।

ସେହିଭଳି ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଯୁକ୍ତ ଦୁଇ ବିଜ୍ଞାନରେ ପାସହାର ଚଳିତ ବର୍ଷ ୮୧% ରହିଥିବା ସୂଚନା ମିଳିଛି । କେବଳ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରୁ 6 ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ସୁଧାଂଶୁ ବାରିକ ସର୍ବାଧିକ ୭୨% ନମ୍ବର ରଖି ଜିଲ୍ଲା ସ୍ତରରେ କୃତକାର୍ଯ୍ୟ ହୋଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ସେ ଭଗବାନ, ପିତାମାତା, ନିଜ ଭାଇ, ଅଧ୍ୟାପକ, ସହପାଠୀଙ୍କୁ ଏହାର ଶ୍ରେୟ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details