ଓଡିଶା

odisha

ETV Bharat / state

ମାଡି ଆସୁଛି ମହାମାରୀ, ସଚେତନ ହେଉନାହାଁନ୍ତି ଲୋକ - covid pandemic

କୋରୋନା ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ କରିପାରୁନି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ପ୍ରଶାସନର ଧାର୍ଯ୍ୟ କଟକଣାକୁ ସାଧାରଣ ଲୋକ କଥା ଛାଡନ୍ତୁ ସରକାରୀ ବୈଠକରେ ମଧ୍ୟ କୋଭିଡ ଆଇନର ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଛି । ଅଧିକ ପଢନ୍ତୁ...

ମାଡି ଆସୁଛି ମହାମାରୀ, ସଚେତନ ହେଉ ନାହାନ୍ତି ଲୋକ
ମାଡି ଆସୁଛି ମହାମାରୀ, ସଚେତନ ହେଉ ନାହାନ୍ତି ଲୋକ

By

Published : Apr 9, 2021, 9:05 AM IST

ବୌଦ୍ଧ: କୋରୋନା ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ କରିପାରୁନି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ପ୍ରଶାସନର ଧାର୍ଯ୍ୟ କଟକଣାକୁ ସାଧାରଣ ଲୋକ କଥା ଛାଡନ୍ତୁ ସରକାରୀ ବୈଠକରେ ମଧ୍ୟ କୋଭିଡ ଆଇନର ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଛି । ମାଡି ଆସୁଛି କୋରୋନାର ମାରାତ୍ମକ ଦ୍ବିତୀୟ ଲହରୀ କିନ୍ତୁ ଲୋକେ ଆଦୌ ସଚେତନ ନଥିବା ଦେଖାଯାଉଛି ।

ମାଡି ଆସୁଛି ମହାମାରୀ, ସଚେତନ ହେଉ ନାହାନ୍ତି ଲୋକ

ବୌଦ୍ଧ ଜିଲ୍ଲାରେ କୋରୋନା ସଂକ୍ରମଣ ଚିହ୍ନଟ ହୋଇ ସାରିଥିଲେ ମଧ୍ୟ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ କରିପାରି ନାହିଁ । ବୌଦ୍ଧ ଜିଲ୍ଲା ପ୍ରଶାସନ କେବଳ ଗାଇଡଲାଇନ ଜାରି କରିଥିବା ବେଳେ ଏନେଇ କୌଣସି କଡା କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଫଳରେ କୌଣସି ସମୟରେ ମଧ୍ୟ ଜିଲ୍ଲାରେ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କଟକଣା କେବଳ କାଗଜପତ୍ରରେ ଦର୍ଶାଯାଉଥିବା ବେଳେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୁଲମଖୁଲା କୋଭିଡ ଆଇନର ଉଲ୍ଲଙ୍ଘନ ହେଉଛି ।

ସାଧାରଣ ଲୋକ ଆଦୌ ସଚେତନ ନଥିବା ବେଳେ ସରକାରୀ ବୈଠକରେ ମଧ୍ୟ କୋଭିଡ ଆଇନକୁ ମାନୁ ନଥିବା ଦେଖାଯାଇଛି । ଗୁରୁବାର ବୌଦ୍ଧ ସିଡିପିଓଙ୍କ କାର୍ଯ୍ୟାଳୟରେ ଚାଲିଥିବା ଅଙ୍ଗନବାଡି ଦିଦିଙ୍କ ବୈଠକରେ କୋଭିଡ ଆଇନର ଖୋଲାଖୋଲି ଉଲ୍ଲଙ୍ଘନ ହେଉଥିବା ଦେଖାଯାଇଥିଲା । କେବଳ ଜିଲ୍ଲା ପୋଲିସ ରାଜ୍ୟ ଡିଜିଙ୍କ ନିର୍ଦ୍ଦେଶ ମତେ ଲୋକଙ୍କୁ ସଚେତନ କରିବା ସହ ମାସ୍କ ଚେକିଂକୁ କଡାକଡି କରିଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details