ଓଡିଶା

odisha

By

Published : Oct 13, 2020, 7:41 AM IST

ETV Bharat / state

ବିଦ୍ୟାଳୟ ବନ୍ଦ ନେଇ ଦ୍ବନ୍ଦରେ ଅଭିଭାବକ

ସରକାରଙ୍କ ବିଦ୍ୟାଳୟ ବନ୍ଦ ନେଇ ଦ୍ବନ୍ଦରେ ଅଭିଭାବକ ଓ ଅଞ୍ଚଳବାସୀ । ବୌଦ୍ଧ ଜିଲ୍ଲାର ଅନେକ ବିଦ୍ୟାଳୟରେ କୋଡିଏରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଥିବା ସତ୍ତ୍ବେ ବିଦ୍ୟାଳୟ ବନ୍ଦ ସୂଚନା ନେଇ ଚିନ୍ତାରେ ଅଭିଭାବକ । ଅଧିକ ପଢନ୍ତୁ...

Parents are confused about closing school
ବିଦ୍ୟାଳୟ ବନ୍ଦ କୁନେଇ ଦ୍ବନ୍ଦରେ ଅବିଭାବକ

ବୌଦ୍ଧ: ଚଳିତ ଶିକ୍ଷା ବର୍ଷରେ ରାଜ୍ୟରେ ବହୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ସଂଖ୍ୟା କମ ଥିବାରୁ ସେଗୁଡ଼ିକୁ ବନ୍ଦ କରାଯାଇ ନିକଟତମ ବିଦ୍ୟାଳୟ ସହିତ ମିଶାଇ ଦିଆଯାଇଛି । ଏହାକୁ ନେଇ ବହୁ ଛାତ୍ରଛାତ୍ରୀଙ୍କ ପାଠପଢାରେ ଡୋରି ବନ୍ଧା ହେବାକୁ ବସିଲାଣି । ଏପଟେ ସରକାରଙ୍କ ବିଦ୍ୟାଳୟ ବନ୍ଦ ନେଇ ଦ୍ବନ୍ଦରେ ଅଭିଭାବକ ଓ ଅଞ୍ଚଳବାସୀ । ବୌଦ୍ଧ ଜିଲ୍ଲାର ଅନେକ ବିଦ୍ୟାଳୟରେ କୋଡିଏରୁ କମ ପିଲା ଥିବା ବିଦ୍ୟାଳୟ ଗୁଡିକ ବନ୍ଦ ହେବା ସୂଚନା ମିଳିଛି । ତେବେ ଯେଉଁ ବିଦ୍ୟାଳୟରେ କୋଡିଏରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଛନ୍ତି ତାହା ମଧ୍ୟ ବାଦ ପଡୁଥିବା ଯୋଗୁଁ ଚିନ୍ତାରେ ଅଭିଭାବକ ।

ବିଦ୍ୟାଳୟ ବନ୍ଦ କୁନେଇ ଦ୍ବନ୍ଦରେ ଅବିଭାବକ

ବୌଦ୍ଧ ଜିଲ୍ଲା ମଥୁରା ପଞ୍ଚାୟତର ବୃନ୍ଦାବନ ପ୍ରାଥମିକ ବିଦ୍ୟାଳୟ ଓ ହରଭଙ୍ଗା ପଞ୍ଚାୟତର କୁଟୀଝାର ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକତା ଅନୁଯାୟୀ ଛାତ୍ରଛାତ୍ରୀ ଥିବା ସତ୍ତ୍ବେ ବିଦ୍ୟାଳୟ ବନ୍ଦ ସୂଚନା ମିଳିବା ପରେ ଅଞ୍ଚଳବାସୀ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏନେଇ ଉଭୟ ଅଞ୍ଚଳର ଅଧିବାସୀ ଓ ଅଭିଭାବକ ବୌଦ୍ଧ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଜଣାଇବା ସହ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details