ବୌଦ୍ଧ: ବିଶ୍ୱ ପଖାଳ ଦିବସରେ ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ହୋଟେଲ ଓ ରେସ୍ତୋରାଁ ସ୍ବତନ୍ତ୍ର ପଖାଳ କଂସାର ବ୍ୟବସ୍ଥା କରାଯାଇଥିବାର ଦେଖିବାକୁ ମିଳିଥିଲା । ଏଥିସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ପଖାଳ ଦିବସ ପାଳନ କରାଯାଇଛି । ବୌଦ୍ଧର ଘରେ ଘରେ ପରିଚିତ ପଖାଳ ସାଙ୍ଗକୁ ବିଭିନ୍ନ ହୋଟେଲରେ ଦହି ପଖାଳ, ଲେମ୍ବୁ ପଖାଳ, ସଜ ପଖାଳ ସହିତ ଶାଗ ଭଜା, ବଡିଚୂରା,ଭଜା,ଜରଡା ମାଛ ଭଳି ଖାଦ୍ୟର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।
Pakhala Divas: ବୌଦ୍ଧରେ ମହିକଲା ପଖାଳର ବାସ୍ନା, ହୋଟେଲରେ ପ୍ରବଳ ଭିଡ
ବିଶ୍ୱ ପଖାଳ ଦିବସରେ ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ହୋଟେଲ ଓ ରେସ୍ତୋରାଁ ସ୍ବତନ୍ତ୍ର ପଖାଳ କଂସାର ବ୍ୟବସ୍ଥା କରାଯାଇଥିବାର ଦେଖିବାକୁ ମିଳିଥିଲା । ଏଥିସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ପଖାଳ ଦିବସ ପାଳନ କରାଯାଇଛି । ଅଧିକ ପଢନ୍ତୁ
Pakhal Divas: ହୋଟେଲରେ ପ୍ରବଳ ଭିଡ
ଅନ୍ୟପଟେ ଗରିବ ଘରର ପଖାଳ କଂସା ଠାରୁ ନେଇ ବଡ ବଡ ହୋଟେଲର ସ୍ବାଦିଷ୍ଟ ବ୍ୟଞ୍ଜନ ସହିତ ପଖାଳର ବ୍ୟବସ୍ଥାକୁ ନେଇ ସମସ୍ତେ ବେଶ ଆନନ୍ଦ ପ୍ରକାଶ କରିଥିଲେ । ପଖାଳର ଉପକାରୀତାକୁ ନେଇ ଖୋଦ ସ୍ବାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଏନେଇ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ