ଓଡିଶା

odisha

ETV Bharat / state

ସତ୍ୟବାନଙ୍କ ପାଇଁ ସବୁକିଛି: ଭିନ୍ନ ମଣିଷକୁ କାହାଣୀ ଏକ - husband

ଜଣେ ମହିଳାଙ୍କୁ ବିବାହ କରି ବି ହାତ ଛାଡି ଦେଇଛି ସ୍ବାମୀ । ଆଉ ଜଣେ ମହିଳାଙ୍କ କିଛି ଦିନ ବିବାହ ପରେ ସ୍ବାମୀ ଜେଲ ଦଣ୍ଡାଦେଶ ଭୋଗୁଛି । କିନ୍ତୁ ଆଜିର ଏହି ପବିତ୍ର ସାବିତ୍ରୀ ଅମାବାସ୍ୟାରେ ଦୁଇ ମହିଳା ନିଜ ନିଜର ସ୍ବାମୀଙ୍କ ମଙ୍ଗଳ ପାଇଁ ସାବିତ୍ରୀ ବ୍ରତ ରଖିଛନ୍ତି ।

ଫଟୋ ସୌଜନ୍ଯ: ପ୍ରତିନିଧି, ବୌଦ୍ଧ

By

Published : Jun 3, 2019, 6:58 PM IST

ବୌଦ୍ଧ: ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା । ସ୍ବାମୀ ଯେଉଁଠି ଥାଉ, ଯେଭଳି ଥାଉ, ତାର ସୁଖ କାମନା କରିଥାଏ ପତ୍ନୀ । ତେଣୁ ଆଜିର ଏହି ପବିତ୍ର ଦିନରେ କିପରି ଦୁଇ ଜଣ ମହିଳା ସେମାନଙ୍କ ସ୍ବାମୀଙ୍କ ସୁଖ ମନାସୁଛନ୍ତି ତାହାର ଦୁଇଟି ଦୃଶ୍ୟ ଆମେ ଦେଖାଇବୁ ।

ଭିଡିଓ ସୌଜନ୍ଯ: ପ୍ରତିନିଧି, ବୌଦ୍ଧ


ପ୍ରଥମ ମହିଳା ଜଣଙ୍କ ହେଲେ ସ୍ବାମୀ ପରିତ୍ୟକ୍ତା ବେଟିଖାଇ ରଣା । ପ୍ରାୟ ସାତ ବର୍ଷ ହେଲା ସନ୍ତାନ ନହେବାରୁ ସ୍ବାମୀ ହୃଦାନନ୍ଦ ରଣା ତାଙ୍କୁ ଛାଡି ଦେଇ ଅନ୍ୟ ଗ୍ରାମରେ ବାସ କରୁଛନ୍ତି । ତେଣୁ ସେ ଦେବଗଡ ଗ୍ରାମରେ ନିସଙ୍ଗ ଜୀବନଯାପନ କରୁଥିଲେ ମଧ୍ୟ ଆଜି ସାବିତ୍ରୀ ଅମାବାସ୍ୟାରେ ନିଜ ସ୍ବାମୀଙ୍କ ମଙ୍ଗଳ କାମନା କରି ସ୍ଥାନୀୟ ବାଙ୍କମୁଣ୍ଡି ଦେବୀଙ୍କ ନିକଟରେ ଗୁହାରି ଜଣାଇଛନ୍ତି ।

ସେହିପରି ଦ୍ବିତୀୟ ମହିଳା ଜଣଙ୍କ ହେଲେ ପଦ୍ମନପୁର ଗ୍ରାମର ଦୀପାଞ୍ଜଳି ପ୍ରଧାନ । ଅଳ୍ପ ଦିନ ତଳେ ବିବାହ ହୋଇଥିଲେ ମଧ୍ୟ କୌଣସି କାରଣରୁ ତାଙ୍କ ସ୍ବାମୀ ଶିଳାଦିତ୍ୟ ବୌଦ୍ଧ ଜେଲରେ ବନ୍ଦୀ ହୋଇ ଅଛନ୍ତି । ତେଣୁ ଆଜିର ଏହି ପବିତ୍ର ଦିନରେ ସେ ବୌଦ୍ଧ ଜେଲକୁ ଯାଇ ସ୍ବାମୀଙ୍କ ଆଶିର୍ବାଦ ନେବା ସହ ଠାକୁରଙ୍କ ପାଖରେ ତାଙ୍କ ମଙ୍ଗଳ କାମନା କରିଥିଲେ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details