ଓଡିଶା

odisha

ମାସ୍କ ଓ ସାନିଟାଇଜର କଳାବଜାରୀ ରୋକିବାକୁ ଷ୍ଟଲ ଖୋଲିଲା ଓରମାସ

ବଜାରରେ ମାସ୍କ ଓ ସାନିଟାଇଜର ଯୋଗାଇବାକୁ ଅସ୍ଥାୟୀ ଷ୍ଟଲ ଖୋଲିଲା ଓରମାସ । ଓଡିଶା ଜୀବିକା ମିଶନ ସହାୟତାରେ ବଜାରରେ ମାସ୍କର କଳାବଜାରୀ ରୋକିବାକୁ ଏହି ପ୍ରୟାସ ଆରମ୍ଭ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Apr 23, 2020, 12:22 AM IST

Published : Apr 23, 2020, 12:22 AM IST

Updated : Apr 23, 2020, 12:10 PM IST

ମାସ୍କ ଓ ସାନିଟାଇଜର କଳାବଜାରୀ ରୋକିବାକୁ ଷ୍ଟଲ ଖୋଲିଲା ଓରମାସ
ମାସ୍କ ଓ ସାନିଟାଇଜର କଳାବଜାରୀ ରୋକିବାକୁ ଷ୍ଟଲ ଖୋଲିଲା ଓରମାସ

ବୌଦ୍ଧ: ବଜାରରେ ମାସ୍କ ଓ ସାନିଟାଇଜର ଯୋଗାଇବାକୁ ଅସ୍ଥାୟୀ ଷ୍ଟଲ ଖୋଲିଲା ଓରମାସ । ଓଡିଶା ଜୀବିକା ମିଶନ ସହାୟତାରେ ବଜାରରେ ମାସ୍କର କଳାବଜାରୀ ରୋକିବାକୁ ଏହି ପ୍ରୟାସ ଆରମ୍ଭ କରାଯାଇଛି । ସେହିପରି ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ସରପଞ୍ଚଙ୍କୁ ଜିଲ୍ଲାପାଳ ଭାବେ ଅଭିହିତ କରି ଶପଥପାଠକୁ ଜଣେ ବରିଷ୍ଠ ନାଗରିକଙ୍କୁ ଏଭଳି ପ୍ରଭାବିତ କଲା ଯେ ସେ ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ମାସ୍କ ଓ ସାନିଟାଇଜର କଳାବଜାରୀ ରୋକିବାକୁ ଷ୍ଟଲ ଖୋଲିଲା ଓରମାସ

ଲକଡାଉନ ସମୟରେ ମାସ୍କ ଓ ସାନିଟାଇଜର କଳାବଜାରୀ ଆଶଙ୍କା କରି ଓରମାସ ପକ୍ଷରୁ ବୌଦ୍ଧରେ ଏକ ଅସ୍ଥାୟୀ ଷ୍ଟଲ ଖୋଲାଯାଇ ଲୋକଙ୍କୁ ସୁଲଭ ମୂଲ୍ୟରେ ଏହା ଯୋଗାଇ ଦିଆଯାଉଛି । ସେହିପରି ବୁଧବାର ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକ ଠାରେ ସ୍ବତନ୍ତ୍ର ପଞ୍ଚାୟତ ସମିତି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରପଞ୍ଚମାନଙ୍କୁ ଜିଲ୍ଲାପାଳ ଭାବରେ ଅଭିହିତ କରି ଶପଥପାଠ କରାଇଥିଲେ । ଏହା ଇଟିଭି ଭାରତରୁ ଦେଖି ଜଣେ ବରିଷ୍ଠ ନାଗରିକ ଏଭଳି ପ୍ରଭାବିତ ହେଲେ ଯେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସଙ୍ଗେ ସଙ୍ଗେ ଦାନ କରିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଉପଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ । ସେପଟେ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ ବୁଧବାର ମଧ୍ୟ ଜିଲ୍ଲା ପ୍ରଶାସନ କଡା ଆଭିମୁଖ୍ୟ ଦେଖାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Apr 23, 2020, 12:10 PM IST

ABOUT THE AUTHOR

...view details