ଓଡିଶା

odisha

ETV Bharat / state

ପିଆଜ ପ୍ରହାରରେ ଚାଷୀ ଘାଇଲା - ବୌଦ୍ଧ

ଅଭାବୀ ବିକ୍ରି ଓ ଚାଷକୁ ନେଇ କ୍ଷତି ସହିଥିବା ଭଳି ସାଂଘାତିକ ଅଭିଯୋଗ କରିଛନ୍ତି ପିଆଜ ଚାଷୀ । ଏନେଇ ଚାଷୀ ହତାଶ ହୋଇ ପଡିଥିବାବେଳେ ସିଧାସଳଖ ସଂପୃକ୍ତ ବିଭାଗକୁ ଚାଷୀମାନେ ଦାୟୀ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : May 14, 2019, 3:21 PM IST

ବୌଦ୍ଧ: ଚାଷୀଙ୍କୁ ଧୋକା ଦେଲା ପିଆଜ । ଭଲ ଅମଳ ହେବା ଜାଗାରେ ଫଳ ହେଲା ସବୁ ଓଲଟା । ବୌଦ୍ଧ ଜିଲ୍ଲାରେ ପିଆଜ ଚାଷ କରି ଭଲ ଦିପଇସା ରୋଜଗାର କରିବାକୁ ଆଶା ରଖିଥିବା ଚାଷୀ ହତାଶ ହୋଇଛନ୍ତି । ଅଭାବୀ ବିକ୍ରି ଓ ଚାଷକୁ ନେଇ କ୍ଷତି ସହିଥିବା ଭଳି ସାଂଘାତିକ ଅଭିଯୋଗ କରିଛନ୍ତି ପିଆଜ ଚାଷୀ । ଏନେଇ ଚାଷୀ ହତାଶ ହୋଇପଡି ଥିବାବେଳେ ସିଧାସଳଖ ସଂପୃକ୍ତ ବିଭାଗକୁ ଚାଷୀମାନେ ଦାୟୀ କରିଛନ୍ତି ।

ପିଆଜ ଚାଷ ପାଇଁ ବୌଦ୍ଧ ଜିଲ୍ଲାର ମାଟି ଓ ପାଣିପବନ ସବୁଠୁ ସର୍ବୋତ୍କୃଷ୍ଟ ସ୍ଥାନ । ଏଥିପାଇଁ ବୌଦ୍ଧ ପାଲଝାର ଠାରେ ଖୋଲାଯାଇଛି ପିଆଜ ଗବେଷଣା କେନ୍ଦ୍ର । ନାସିକ ପରେ ବୌଦ୍ଧ ହେଉଛି ଭାରତର ଦ୍ବିତୀୟ ସ୍ଥାନ ଯେଉଁଠି ପିଆଜ ଗବେଷଣା କରାଯାଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଏଠାକାର ପାଣିପାଗ ପିଆଜ ଚାଷ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥିବାରୁ ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ଅନ୍ୟଚାଷ ନ କରି ପିଆଜ ଚାଷ କରିବା ପାଇଁ ପ୍ରବର୍ତ୍ତା ଯାଇଥିଲା । ପ୍ରାୟ ତିନୋଟି ବ୍ଲକର ଶତାଧିକ ଚାଷୀ ପିଆଜ ଚାଷ ମଧ୍ୟ କରିଥିଲେ । କିନ୍ତୁ ଅମଳ ବେଳକୁ ଲଗାଇଥିବା ବିହନ ପରିମାଣର ପିଆଜ ମଧ୍ୟ ଅମଳ ହୋଇପାରିଲା ନାହିଁ ।

ସେପଟେ ଉଦ୍ୟାନ ଅଧିକାରୀ ବିଳମ୍ବରେ ପିଆଜ ଚାଷ ଯୋଗୁଁ ଏଭଳି ପରିସ୍ଥିତି ହେଲା ବୋଲି କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏତେସବୁ ବ୍ୟବସ୍ଥା ମଧ୍ୟରେ ବି କିଭଳି ଗବେଷକମାନେ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଜାଣିପାରିଲେ ନାହିଁ, ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।


ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details