ଓଡିଶା

odisha

ETV Bharat / state

ଆକାଶରୁ ଅଗ୍ନିବର୍ଷା, ବୌଦ୍ଧରେ ଅସ୍ତବ୍ୟସ୍ତ ଜନଜୀବନ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଝାଞ୍ଜି ପବନ । ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ଗୋଟିଏ ପଟରେ ନଦୀ ପୋଖରୀ ଶୁଖିଯାଉଥିବା ବେଳେ ଅନ୍ୟ ପଟରେ ଜଙ୍ଗଲ ନିଆଁ ଯୋଗୁଁ ବନ୍ୟଜନ୍ତୁ ଜନବସତି ମୁହାଁ ହୋଇଛନ୍ତି । ଅଧିକ ପଢ଼ନ୍ତୁ

By

Published : May 21, 2022, 3:44 PM IST

ଡହଡହ ଖରାରେ ସିଝୁଛି ବୌଦ୍ଧ ଜିଲ୍ଲା
ଡହଡହ ଖରାରେ ସିଝୁଛି ବୌଦ୍ଧ ଜିଲ୍ଲା

ବୌଦ୍ଧ: ଦୁଇ ତିନି ଦିନ ପାଣିପାଗ ପରିବର୍ତ୍ତନ ରହିବା ପରେ ପୁଣି ରାଜ୍ୟରେ ରେକର୍ଡ କରିଛି ଜିଲ୍ଲାର ତାପମାତ୍ରା । ଆକାଶରୁ ଅଗ୍ନି ବର୍ଷା ହେଉଥିବା ବେଳେ ପ୍ରବଳ ଝାଞ୍ଜି ପବନ ଯୋଗୁଁ ମଣିଷ ସହିତ ପଶୁପକ୍ଷୀ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ଏହି ଅନୁସାରେ ବୌଦ୍ଧ ଜିଲ୍ଲାରେ ଶୁକ୍ରବାର ଠାରୁ ପୁଣି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଦିନ ଦଶଟା ବେଳକୁ ରାସ୍ତା ଘାଟ ଶୁନଶାନ ହୋଇଯାଉଛି । ଗୋଟିଏ ପଟରେ ଜିଲ୍ଲାର ବିଭିନ୍ନ ନଦୀନାଳ, ପୋଖରୀ ଶୁଖିଯାଉଥିବା ବେଳେ ଅନ୍ୟ ପଟରେ ଜିଲ୍ଲାର ବିଭିନ୍ନ ଜଙ୍ଗଲ ନିଆଁଲାଗି ବନ୍ୟଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହେଉଛି ।

ଡହଡହ ଖରାରେ ସିଝୁଛି ବୌଦ୍ଧ ଜିଲ୍ଲା

ଫଳରେ ଅନେକ ସମୟରେ ବନ୍ୟଜନ୍ତୁ ଜନବସତି ମୁହାଁ ହେବା ସହିତ ମଣିଷ ସହିତ ମୁହାଁମୁହିଁ ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି । ଏଭଳି ଏକ ଘଟଣା ବୌଦ୍ଧ ବନଖଣ୍ଡର ସଦର ରେଞ୍ଜ ଅନ୍ତର୍ଗତ ନେନ୍ଦନ ଗ୍ରାମ ନିକଟରେ ଘଟିଛି । କେନ୍ଦୁପତ୍ର ତୋଳୁଥିବା ଜଣେ ପୁରୁଷ ଓ ଦୁଇ ଜଣ ମହିଳାଙ୍କୁ ଜଙ୍ଗଲୀ ବାରହା ଆକ୍ରମଣ କରିବା ସହିତ କାମୁଡି କ୍ଷତ ବିକ୍ଷତ କରିପକାଇଛି । ଗୁରୁତର ଆହତମାନଙ୍କୁ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଉକ୍ତ ଆହତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details