ବୌଦ୍ଧ:ଖୁସିରେ ନାଚିଲେ ଡ୍ରାଇଭ ମହାସଂଘ । ଓଡିଶା ଡ୍ରାଇଭର ମହାସଂଘର ଦାବି ପୂରଣ କରାଯିବା ନେଇ ସରକାର ଘୋଷଣା କରିବା ପରେ କୃତଜ୍ଞତା ଜଣାଇଲେ ବୌଦ୍ଧର ଡ୍ରାଇଭର ସଂଘର ସଦସ୍ୟ । ନଅ ଗୋଟି ଦାବି ମଧ୍ୟରୁ ଆଠଟି ଦାବିକୁ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଅବସରରେ ଆଜି ବୌଦ୍ଧ ସେତୁ ଛକ ନିକଟରେ ଶହ ଶହ ଡ୍ରାଇଭର ଏକତ୍ରିତ ହୋଇ ବାଣ ଫୁଟାଇ ମିଠା ବଣ୍ଟନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ବିଭିନ୍ନ ସମସ୍ୟାର ସମାଧାନ ପାଇଁ 9 ଦଫା ଦାବି ନେଇ ଅନେକ ସମୟରେ ଧାରଣାକୁ ଓହ୍ଲାଉଥିଲେ ଡ୍ରାଇଭର ମହାସଂଘର ସଦସ୍ୟ । ତାଙ୍କର 9 ଦଫା ଦଫା ଦାବି ମୁତାବକ ଡ୍ରାଇଭରଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ, 100/150 କିଲୋମିଟର ମଧ୍ୟରେ ଡ୍ରାଇଭରଙ୍କ ପାଇଁ ରେଷ୍ଟ ରୁମ, ପେନସନ ଯୋଜନା ଲାଗୁ କରିବା ପାଇଁ ପ୍ରମୁଖ ଦାବି ରଖିଥିଲେ । ତେବେ ସରକାର ସଂଘର ଦାବି ଗୁଡିକ ବାବଦରେ ଆଲୋଚନା କରି ମଧ୍ୟ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରି ବାରମ୍ବାର ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଥିଲେ । ଗତକିଛି ଦିନ ହେଲା ଡ୍ରାଇଭର ମହାସଂଘ ପକ୍ଷରୁ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲା ମହକୁମାରେ ଦଣ୍ଡବତ ଆନ୍ଦୋଳନ କରିଥିଲେ ।
ତେବେ ଏହି 9 ଦଫା ଦାବି ମଧ୍ୟରୁ ବିଶେଷ ଭାବରେ ଡ୍ରାଇଭରଙ୍କୁ ବୀମାଭୁକ୍ତ, ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ଓ ସାର୍ବଜନୀନ ସୁବିଧା ପାଇଁ ଆଗାମୀ ଶୀତ ଅଧିବେଶନ ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିବା ପରେ ଆଜି ବୌଦ୍ଧ ସେତୁ ଛକ ନିକଟରେ ଶହ ଶହ ଡ୍ରାଇଭର ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ ।