ଓଡିଶା

odisha

ETV Bharat / state

ମାଓ ଇଲାକାରେ ନିଜର ଅଧିକାର ସାବ୍ୟସ୍ତ କଲେ ଭୋଟର

ନିଜର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ମାଓବାଦୀଙ୍କ ଧମକକୁ ବି ଖାତିର ନକରି ବେଶ୍‌ ଉତ୍ସାହ ସହ ନିଜର ପ୍ରିୟ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ମାଓ ପ୍ରଭାବିତ ଅଞ୍ଚଳର ବାସିନ୍ଦାମାନେ। ତେବେ ଗୁରୁବାର ସମଗ୍ର ରାଜ୍ୟର 5 ଲୋକସଭା ଏବଂ ଏହା ଅଧିନସ୍ଥ 35 ବିଧାନସଭା ପାଇଁ ମତଦାନ ହୋଇଛି ।

ଫଟୋ ସୌଜନ୍ଯ:ପ୍ରତିନିଧି, ବୌଦ୍ଧ

By

Published : Apr 18, 2019, 9:15 PM IST

ବୌଦ୍ଧ: କନ୍ଧମାଳ ଲୋକସଭା ଅନ୍ତର୍ଗତ ବୌଦ୍ଧ ଜିଲ୍ଲାରେ ରହିଛି 2ଟି ନିର୍ବାଚନମଣ୍ଡଳୀ । ବୌଦ୍ଧର 86ନଂ ନିର୍ବାଚନମଣ୍ଡଳୀର ହରଭଙ୍ଗା ବ୍ଲକ୍‌, ଯାହା ମାଓ ଅଧିସୂଚିତ ଅଞ୍ଚଳ ଅନ୍ତର୍ଗତ ଅଟେ । ତେବେ ମାଓ ପ୍ରବଣ ଅଞ୍ଚଳ ଘୋଷିତ ଅଞ୍ଚଳ ପଞ୍ଚାୟତ ଗୁଡିକ ହେଲା କୁସଙ୍ଗ, ତଳଗାଁ ମହାଲିକ୍‌ପଡା ଓ ଆଡେଳିଗଡ ।

ଭିଡିଓ ସୌଜନ୍ଯ: ପ୍ରତିନିଧି, ବୌଦ୍ଧ


ଏହି ମାଓପ୍ରବଣ ପଞ୍ଚାୟତର ଅରଖପଦର ଗାଁରେ ଇଟିଭି ଭାରତର ପ୍ରତିନିଧିଙ୍କ ନିକଟରେ ଭୋଟରମାନେ ନିଜର ମତଦାନ ତାଙ୍କର ପ୍ରଥମ ଅଧିକାର ବୋଲି ପ୍ରକାଶ କରିଛନ୍ତି ।
ପ୍ରତିକୂଳ ପାଣିପାଗ ସାଙ୍ଗକୁ ମାଓବାଦୀଙ୍କ ଧମକକୁ ଖାତିର ନକରି ନିଜର ଅଧିକାର ଜାହିର କରି ବେଶ୍‌ ଖୁସି ଥିବା କହିଛନ୍ତି ଜଣେ ଭୋଟର । ଅଞ୍ଚଳର ବିକାଶ ପାଇଁ ମତଦାନ ନିହାତି ଜରୁରୀ । ତେଣୁ ଉତ୍ସାହ ସହ ଭୋଟ ଦେବାକୁ ଆସିଥିବା ମଧ୍ୟ ଅଞ୍ଚଳବାସୀ କହିଛନ୍ତି ।


ସୂଚନାଥାଉକି, ବୁଧବାରଦିନ କନ୍ଧମାଳର ଏକ ମାଓପ୍ରବଣ ଅଞ୍ଚଳରେ ଜଣେ ପୁଲିଙ୍ଗ୍‌ ଅଫିସରକୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି ।


ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details