ବୌଦ୍ଧ: ପାତାଳୀ ଶ୍ରୀକ୍ଷେତ୍ରରେ ଲୀଳାମୟ ଠାକୁରଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି । କିନ୍ତୁ ଏହି ଉତ୍ସବ ଦ୍ବିତୀୟା ତିଥିର ଶ୍ରୀଗୁଣ୍ଡିଚା ଦିନ ନହୋଇ ତାପର ଦିନ ଅର୍ଥାତ ଆଜିଠାରୁ ମହାପ୍ରଭୁଙ୍କ ନବ ଦିନାତ୍ମକ ଯାତ୍ରା ପାଳନ ହୋଇଥାଏ ।ଆଧ୍ୟାତ୍ମିକ ଓ ଐତିହାସିକ ପୃଷ୍ଠଭୂମି ଉପରେ ଆଧାରିତ ଏହି ପବିତ୍ର ପୀଠରେ ଶୁକ୍ରବାର ଦିନ ତମାମ ଭକ୍ତଙ୍କ ଜନସାମାଗମ ଦେଖିବାକୁ ମିଳିଥିଲା ।
ଆଜି ରଥଯାତ୍ରା ପାଳିଲା ପାତାଳୀ ଶ୍ରୀକ୍ଷେତ୍ର - patali srikhestra
ଲୀଳାମୟ ଠାକୁରଙ୍କ ଲୀଳା ବଡ ବିଚିତ୍ର । କେଉଁଠାରେ ଠାକୁର ଘୋଷଯାତ୍ରା ରେ ଅଧାବାଟରେ ଅଟକି ପରଦିନ ମାଉସୀ ମା ମନ୍ଦିରକୁ ବିଜେ କରନ୍ତି ତ କେଉଁଠି ଗୁଣ୍ଡିଚାର ପରଦିନ ଯାତ୍ରା ଅନୁଷ୍ଠିତ ହୋଇଥାଏ ।
ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
ଏହି ଧାରାରେ ବୌଦ୍ଧ ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର ଭାବେ ଜନମାନସରେ ପରିଚିତ ନାଏକପଡାର ପବିତ୍ର ପାତାଳୀ ପାହାଡର ପାଦ ଦେଶରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ବଡ ଠାକୁରଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପାତାଳୀ କ୍ଷେତ୍ରରେ ଠାକୁରଙ୍କ ଏହି ନିଆରା ରଥଯାତ୍ରା ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ