ଓଡିଶା

odisha

ETV Bharat / state

ଘୋଡାଡିଆଁ ଗାଁରେ ଅପହଞ୍ଚ ବିକାଶ, କେବେ ଦୂର ହେବ ଆଦିବାସୀଙ୍କ ଦୁଃଖ? - road problem

ବର୍ଷ ତମାମ ସ୍ଥାନୀୟ ଅଧିବାସୀ ବିଛିନ୍ନାଞ୍ଚଳ ଭଳି ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ଗ୍ରାମ ଘୋଡାଡିଆଁରେ । ଅଧିକ ପଢ଼ନ୍ତୁ

no developement in ghodadian village
ଘୋଡାଡିଆଁ ଗାଁରେ ଅପହଞ୍ଚ ସରକାରୀ ଯୋଜନା

By ETV Bharat Odisha Team

Published : Oct 27, 2023, 7:17 AM IST

ଘୋଡାଡିଆଁ ଗାଁରେ ଅପହଞ୍ଚ ସରକାରୀ ଯୋଜନା

ବୌଦ୍ଧ:ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ଅପହଞ୍ଚ ସରକାରୀ ଯୋଜନା । ଦୀପ ତଳ ଅନ୍ଧାର ଭଳି ବ୍ଲକ ସଦର ମହକୁମା ନିକଟରେ ଥିବା ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ଅପହଞ୍ଚ ସରକାରୀ ଯୋଜନା । ଆଉ ଏହାର ବିକାଶରେ ବାଧକ ସାଜିଛି ଏକ ପାହାଡ଼ିଆ ଝରଣା । ବର୍ଷ ତମାମ ସ୍ଥାନୀୟ ଅଧିବାସୀ ବିଛିନ୍ନାଞ୍ଚଳ ଭଳି ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି । ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର କିଛି କିଲୋମିଟର ଦୂରରେ ଅବସ୍ଥିତ ୨ଟି ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ଅପହଞ୍ଚ ହୋଇ ରହିଛି ବିକାଶ । ଜାତୀୟ ରାଜପଥ କଡ଼ରେ ଥିବା ଏହି ଗ୍ରାମକୁ ବିଛିନ୍ନ କରି ରଖିଛି ଏକ ପାହାଡିଆ ଝରଣା । ଫଳରେ ବର୍ଷ ତମାମ ସ୍ଥାନୀୟ ଅଧିବାସୀ ଯୋଗାଯୋଗକୁ ନେଇ ବିଛିନ୍ନାଞ୍ଚଳ ଭଳି ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି ।


ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ସଦର ମହକୁମା ବାଣୀଭୁଷଣପୁର ପଞ୍ଚାୟତବାସୀ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହରଭଙ୍ଗା ବ୍ଲକର ମୁଖ୍ୟାଳୟ ସେହି ବାଣୀଭୁଷଣପୁର ପଞ୍ଚାୟତର ଚାରିଛକଠାରେ ରହିଥିବାବେଳେ ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର କିଛି କିଲୋମିଟର ଦୂରରେ ରହିଛି ବଣ ଜଙ୍ଗଲ ଘେରା ଘୋଡାଡିଆ ଗ୍ରାମ । ଘୋଡାଡିଆ ଗ୍ରାମର ଆଦିବାସୀ ଅଧିବାସୀମାନେ କାହିଁ କେଉଁ କାଳରୁ ଏଠାରେ ବସବାସ କରୁଥିବାବେଳେ ଏହି ଗ୍ରାମକୁ ପାହାଡିଆ ଝରଣା ବିଛିନ୍ନ କରି ରଖିଥାଏ । ଯୋଗାଯୋଗର ବିଛିନ୍ନତା ହେତୁ ଏହି ଗ୍ରାମରେ ଆଜି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ସେବା ଅପହଞ୍ଚ ହୋଇ ରହିଛି । ଏଠାରେ ଥିବା ଳକ୍ଷ୍ମୀ ନାଳ ଯୋଗୁଁ ଗମନାଗମନରେ ବାଧା ଉପୁଜୁଛି ।

ଏହା ବି ପଢନ୍ତୁ...ଚମକ ହରାଇବ କୋରାପୁଟର ବାଲଡା ପାହାଡ ! ବିକାଶ ନାଁରେ ହେବ ଖଣିଖନନ, ଲୋକଙ୍କ ନାପସନ୍ଦ

ସେପଟେ ଗାଁରେ ବିଦ୍ୟାଳୟ କି ଅଙ୍ଗନବାଡି କେନ୍ଦ୍ର ନଥିବାରୁ ଏଠାକାର ଶିଶୁ ଓ ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଆଉ କେତେକ ଛାତ୍ରଛାତ୍ରୀ ଜୀବନକୁ ବାଜି ଲଗାଇ ପ୍ରତ୍ୟେକ ଦିନ ଶିକ୍ଷା ଗ୍ରହଣ ପାଇଁ ବିପଦଶଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି । ଏହା ବ୍ୟତୀତ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ରାସନ ଚାଉଳ ଓ ସାମାଜିକ ସୁରକ୍ଷା ଭତ୍ତା ପାଇଁ ମଧ୍ୟ ଗରିବ ଅସହାୟ ହିତାଧିକାରୀ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ପାହାଡିଆ ଝରଣା ପାର ହୋଇ ପଞ୍ଚାୟତକୁ ଯାଇଥାଆନ୍ତି । ନିର୍ବାଚନ ସମୟରେ ଏଠାକାର ଅଧିବାସୀଙ୍କୁ ପ୍ରତିଶ୍ରୁତି ଦେଇଥିବା ରାଜନେତା ନିର୍ବାଚନ ପରେ ବିକାଶର କଥା ଭୁଲି ଯାଆନ୍ତି । ତେବେ ବ୍ଲକ୍‌ କାର୍ଯ୍ୟାଳୟର ଅତି ନିକଟରେ ଥିବା ଏହି ଘୋଡାଡିଆ ଗ୍ରାମର ଦୁର୍ଦ୍ଦଶା କେବେ ଦୂର ହେବ ସେନେଇ ଉଠିଛି ପ୍ରଶ୍ନବାଚୀ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details