ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ନୂଆ ଏସପି ଭାବେ ଦାୟିତ୍ବ ନେଲେ ୱାଇ ରଘୁନାଥ ରାଓ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ବୌଦ୍ଧ ଜିଲ୍ଲାର ଏସପିଙ୍କ ବଦଳି ହୋଇଥିଲା । ପୂର୍ବରୁ ଏହି ପଦବୀରେ ଥିବା ସୁଧାଂଶୁ ଶେଖର ମିଶ୍ରଙ୍କ ସ୍ଥାନରେ ବୌଦ୍ଧ ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ଓ୍ବାଇ ରଘୁନାଥ ରାଓ ଆଜି ଦାୟିତ୍ବ ନେଇଛନ୍ତି ।
ଏସପି ଶ୍ରୀ ରାଓ ଜିଲ୍ଲାର ଆଇନଶୃଙ୍ଖଳା, ସାମାଜିକ ସୁରକ୍ଷା, ବୟୋଜ୍ୟେଷ୍ଠ ନାଗରିକଙ୍କ ସୁରକ୍ଷା ଓ ଅନ୍ୟାନ୍ୟ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ପ୍ରାଥମିକତା ଦେବେ ବୋଲି ଈଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ସେ କହିଛନ୍ତି ।