ଓଡିଶା

odisha

ETV Bharat / state

ଖତ ଖାଉଛି ନୂଆ ଡାକ୍ତରଖାନା କୋଠା - ଡାକ୍ତରଖାନା

ଦୀର୍ଘ ଦିନ ହେବ ତିଆରି ସରିଛି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା । କିନ୍ତୁ ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ନୂତନ କୋଠାକୁ ଡାକ୍ତରଖାନା ସ୍ଥାନାନ୍ତର ହୋଇନଥିବାରୁ ଏହା ଭୂତକୋଠି ପାଲଟିବା ସହ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Jul 14, 2019, 11:23 PM IST

ବୌଦ୍ଧ: ଦୀର୍ଘ ଦିନ ହେବ ତିଆରି ସରିଛି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା । କିନ୍ତୁ ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ନୂତନ କୋଠାକୁ ଡାକ୍ତରଖାନା ସ୍ଥାନାନ୍ତର ହୋଇନଥିବାରୁ ଏହା ଭୂତକୋଠି ପାଲଟିବା ସହ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ବଘିଆପଡାଠାରେ ପ୍ରାୟ ପାଞ୍ଚ ବର୍ଷ ତଳେ ନିର୍ମାଣ ହୋଇଥିଲା ଏହି ନୂତନ ସ୍ବାସ୍ଥ୍ୟକେନ୍ଦ୍ର କୋଠା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ପୁରୁଣା ଡାକ୍ତରଖାନାରେ ସ୍ଥାନର ଅଭାବ ସହିତ ଷ୍ଟାଫ କ୍ବାର୍ଟର ସମସ୍ୟାକୁ ଦୃଷ୍ଟିରେ ରଖି ଏହି ନୂତନ ସ୍ଥାନ ଚିହ୍ନଟ କରି ଆଧୁନିକ ଶୈଳୀରେ କୋଠା ନିର୍ମାଣ ହୋଇଥିଲା । କିନ୍ତୁ ବିଭିନ୍ନ କାରଣରୁ ଅଦ୍ୟାବଧି ସମ୍ପୃକ୍ତ ସ୍ଥାନରେ ଡାକ୍ତରଖାନା କାର୍ଯ୍ୟକ୍ଷମ ନହେବା ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ତେଣୁ ନୂତନ କୋଠାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ସ୍ଥାନୀୟ ଡାକ୍ତର ମଧ୍ୟ ସମସ୍ୟାକୁ ସ୍ବୀକାର କରି ନୂତନ କୋଠାକୁ ଡାକ୍ତରଖାନା ସ୍ଥାନାନ୍ତର ସପକ୍ଷରେ ମତ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details