ଓଡିଶା

odisha

ETV Bharat / state

Panchayat Election: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ସାଂସଦ ଅଚ୍ୟୁତ ସାମନ୍ତ - achuyta samanta campaign in boudh

ବୌଦ୍ଧ ଜିଲ୍ଲାର ନଗୋଟି ଜୋନରେ ବିଜେଡି ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ । ଶନିବାର ବୌଦ୍ଧ ଜିଲ୍ଲା ଗସ୍ତରେ କନ୍ଧମାଳ ସାଂସଦ ଆସି ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ଉପସ୍ଥିତିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଅଧିକ ପଢନ୍ତୁ

Panchayat Election : ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କଲେ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ
Panchayat Election : ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କଲେ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ

By

Published : Feb 13, 2022, 6:58 AM IST

ବୌଦ୍ଧ: ଜିଲ୍ଲାର ନଗୋଟି ଜୋନରେ ବିଜେଡି ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ । ଶନିବାର ବୌଦ୍ଧ ଜିଲ୍ଲା ଗସ୍ତରେ କନ୍ଧମାଳ ସାଂସଦ ଆସି ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ଉପସ୍ଥିତିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ସାଂସଦ କଣ୍ଟାମାଳର ଏକ ନମ୍ବର ଠାରୁ ଆରମ୍ଭ କରି ନ ନମ୍ବର ପର୍ଯ୍ୟନ୍ତ ସମସ୍ତ ଜୋନରେ ମାରାଥନ ପ୍ରଚାର କରିଛନ୍ତି ।

Panchayat Election : ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କଲେ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ

ତେବେ ଜିଲ୍ଲାରେ ଦୁଇ, ଚାରି, ଛ ଓ ସାତ ନମ୍ବର ଜୋନରେ ବିଜେଡି ଦଳ ବ୍ୟାକ ଫୁଟରେ ରହିଛି । ଚଳିତ ଥର ବିଜୟ ଆଶା ନେଇ ସାଂସଦ ପହଞ୍ଚି ଥିବା ଚର୍ଚ୍ଚା ହେଉଛି । ବିଶେଷ ଭାବରେ ଚାରି ନମ୍ବର ଜୋନରେ ଶାସକ ବିଜେଡି ସହ ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀଙ୍କ କଡା ଟକ୍କର ହେଉଥିବାରୁ ସାଂସଦ ବାଉଁଶୁଣୀ ଠାରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ।

ଏହାବି ପଢନ୍ତୁ :ସାଂସଦଙ୍କ ମହାନତା: ଜୀବନ ଆଗ, ପ୍ରଚାର ପଛ

ଏହାସହ ଛ ଓ ସାତ ନମ୍ବର ଜୋନରେ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କୁ ମନେଇବା ପାଇଁ ପହଞ୍ଚି ଥିବା ଚର୍ଚ୍ଚା ହେଉଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଲ୍ୟାଣକାରୀ ଯୋଜନାକୁ ବଳ କରି ବିଜେଡି ଦଳ ବୌଦ୍ଧ ଜିଲ୍ଲାର ସମସ୍ତ ନଗୋଟି ଜୋନରେ ଭଲ ପ୍ରଦର୍ଶନ କରି ଜିଲ୍ଲା ପରିଷଦ ଗଠନ କରିବ ବୋଲି କଣ୍ଟାମାଳ ବିଧାୟକ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details