ଓଡିଶା

odisha

ETV Bharat / state

ମା'ର ମମତା, ପୁଅକୁ ସୁସ୍ଥ କରିବାକୁ ଆପଣେଇଲେ ଭିକ୍ଷାବୃତ୍ତି

ଅସୁସ୍ଥ ପୁଅ ପାଇଁ ଭିକ୍ଷା ମାଗୁଛି ଅସହାୟ ମା ଅମୂଲ୍ୟ ବେହେରା । ସରକାରୀ ଯୋଜନା ଠାରୁ ଢେର ଦୂରରେ ଆକୁଳ ମା ର ମମତା । ଏହି ଘଟଣା ହେଉଛି ବୌଦ୍ଧ ସହରର 1 ୱାର୍ଡ ଅନ୍ତର୍ଗତ ଗାଇଗୋଠ ପଡିଆ ନିକଟରେ ।

By

Published : Jun 23, 2019, 7:53 PM IST

ଡିଜାଇନ ଫଟୋ

ବୌଦ୍ଧ: ପୁଅ ମୋର ଠିଆ ହେବ । ଅନ୍ୟମାନଙ୍କ ପରି ନିଜ ଗୋଡରେ ଚାଲିବ । ଏହିପରି କହି ଅସୁସ୍ଥ ପୁଅ ପାଇଁ ଭିକ୍ଷା ମାଗୁଛି ଅସହାୟ ମା ଅମୂଲ୍ୟ ବେହେରା । ସରକାରୀ ଯୋଜନା ଠାରୁ ଢେର ଦୂରରେ ଆକୁଳ ମା'ର ମମତା । ତେବେ ମୃତ୍ୟୁକୁ ସତ୍ୟ ଜାଣି ସୁଦ୍ଧା ପରିଣତ ବୟସରେ ମା ନିଜ ଅସୁସ୍ଥ ପୁଅ ପାଇଁ ମନ୍ଦିର ଦ୍ବାର ଠାରୁ ଆରମ୍ଭ କରି ଘର ଘର ବୁଲି ଭିକ୍ଷା କରୁଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଏହି ଘଟଣା ହେଉଛି ବୌଦ୍ଧ ସହରର 1 ୱାର୍ଡ ଅନ୍ତର୍ଗତ ଗାଇଗୋଠ ପଡିଆ ନିକଟରେ । ପୁଅ ଚିତ୍ରସେନକୁ ୪୦ ବର୍ଷରୁ ଅଧିକ ହେଲାଣି । ଦୂରାରୋଗ୍ୟରେ ପୀଡିତ ଚିତ୍ରସେନ ଦୀର୍ଘଦିନ ହେଲା ଅସୁସ୍ଥ । ଜମିବାଡି କିମ୍ବା ଘରଦ୍ୱାର କଥା ଏମାନଙ୍କ ପାଇଁ ସ୍ବପ୍ନ । ପର ପିଣ୍ଡାରେ ଆଶ୍ରା ନେଇଛନ୍ତି ଏହି ମା- ପୁଅ ।

ଭିକ୍ଷା ବୃତ୍ତି ଭାରତ ବର୍ଷରେ କୌଣସି ନୂଆ କଥା ନୁହେଁ । କିନ୍ତୁ ନିଜ ଅସୁସ୍ଥ ପୂଅର ଜୀବନ ବଞ୍ଚାଇବାକୁ ଭିକ୍ଷା କରି ସଂଘର୍ଷ ଚଳାଇଛନ୍ତି ଜଣେ ବୃଦ୍ଧା ମା । ସରକାରଙ୍କ ସାମାଜିକ ସୁରକ୍ଷା ବ୍ୟବସ୍ଥା ଏମାନଙ୍କ ପାଇଁ ଉପହାସ ସଦୃଶ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details