ଓଡିଶା

odisha

ETV Bharat / state

ନିଖୋଜ ଯୁବକର ମୃତ୍ୟୁ, ପୋଲିସ ହାତରେ ହତ୍ୟାକାରୀ ସ୍ବାମୀ-ସ୍ତ୍ରୀ

ନିଖୋଜ ଯୁବକର ମୃତଦେହ ଉଦ୍ଧାର । ବର୍ତ୍ତମାନ ହାଜତରେ ହାଜର ହୋଇଛନ୍ତି ହତ୍ୟାକାରୀ ସ୍ବାମୀ ଓ ସ୍ତ୍ରୀ । ଅଧିକ ଖବର ପଢନ୍ତୁ...

By

Published : Sep 28, 2019, 11:32 AM IST

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧ: ପ୍ରଥମେ ନିଖୋଜ ଅଭିଯୋଗ, ତାପରେ ମର୍ଡର ମିଷ୍ଟ୍ରି । ଶେଷରେ ଅଭିଯୁକ୍ତ ହାଜତରେ ହାଜର । ତିନି ଦିନର ସସପେନ୍ସ ପରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ଯୁବକର ନିଖୋଜ ଘଟଣାର ପର୍ଦ୍ଦାଫାସ କରିଛି ବୌଦ୍ଧ ପୋଲିସ । ଘଟଣା ପ୍ରକାରରେ ଗତ 24 ତାରିଖ ରାତିରୁ ବୀରନରସିଂହପୁର ପଞ୍ଚାୟତ ଅନ୍ତର୍ଗତ ଘୋରଡା ଗାଁର ରଞ୍ଜିତ ଦୀପ(୩୫) କେଉଁଆଡେ ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ପକ୍ଷରୁ ବୌଦ୍ଧ ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ଘଟଣାକୁ ଗୁରୁତର ସହ ନେଇ ବୁଧବାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତଦନ୍ତର ମାତ୍ର ୪୮ ଘଣ୍ଟା ମଧ୍ୟରେ ଏହା ଏକ ହତ୍ୟାକାଣ୍ଡ ତଥା ଏହି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା ବୌଦ୍ଧ ପୋଲିସ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସୂଚନା ପ୍ରକାରରେ ଘୋରଡା ଗାଁର ପ୍ରକାଶ ସେଠୀ(୩୨) ସୁରଥରେ ଦାଦନ ଖଟିବା ପାଇଁ ଘରେ ସ୍ତ୍ରୀ ସେବତୀ ସେଠୀଙ୍କୁ ଛାଡି ଯାଇଥିଲେ। ଗତ ଚବିଶ ତାରିଖରେ ପ୍ରକାଶ ଗାଁକୁ ଫେରିବା ସମୟରେ ମୃତକ ସେବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରୁଥିବାବେଳେ ଉଭୟ ସ୍ବାମୀ ସ୍ତ୍ରୀ ମିଶି ରଞ୍ଜିତକୁ ହତ୍ୟା କରିଥିବା ପ୍ରକାଶ କହିଛନ୍ତି ।

ଏପଟେ ମୃତକଙ୍କ ପରିବାର ପକ୍ଷରୁ ଏହାର ନିରପେକ୍ଷ ତଦନ୍ତ ଦାବି କରି ନ୍ୟାୟ ପ୍ରଦାନ କରିବାକୁ ଗୁହାରି କରିଛନ୍ତି । ହତ୍ୟାକାରୀ ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ବୌଦ୍ଧ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଚାଲିଛି । ବୌଦ୍ଧ ଥାନା ଅଧିକାରୀ ତପସ୍ବିନୀ କହଁର ଘଟଣାର ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details