ଓଡିଶା

odisha

ETV Bharat / state

ବୌଦ୍ଧକୁ ଦାଦନ ଶ୍ରମିକଙ୍କ ଘର ବାହୁଡା ଆରମ୍ଭ, ଜିଲ୍ଲାବାସୀ ଆତଙ୍କିତ - ବୌଦ୍ଧକୁ ଦାଦନ ଶ୍ରମିକଙ୍କ ଘର ବାହୁଡା ଆରମ୍ଭ

ବୌଦ୍ଧକୁ ଦାଦନ ଶ୍ରମିକଙ୍କ ଘର ବାହୁଡା ଆରମ୍ଭ । ଜିଲ୍ଲାବାସୀ ଆତଙ୍କିତ । ଅଧିକ ପଢନ୍ତୁ...

migrant labour returned from surat to boudha
ବୌଦ୍ଧକୁ ଦାଦନ ଶ୍ରମିକଙ୍କ ଘର ବାହୁଡା ଆରମ୍ଭ , ଜିଲ୍ଲାବାସୀ ଆତଙ୍କିତ

By

Published : May 4, 2020, 5:26 PM IST

ବୌଦ୍ଧ: ବୌଦ୍ଧ ଜିଲ୍ଲାକୁ ରାଜ୍ୟ ବାହାରର ଦାଦନ ଶ୍ରମିକଙ୍କ ଘର ବାହୁଡା ଆରମ୍ଭ ହୋଇଗଲାଣି । ସୋମବାର ସକାଳୁ ଏକ ବସ ଯୋଗେ ସୁରଟରୁ 72 ଜଣ ଶ୍ରମିକ ଆସି ବୌଦ୍ଧରେ ପହଞ୍ଚି ଥିଲେ । କିନ୍ତୁ କୌଣସି ପୂର୍ବ ପ୍ରସ୍ତୁତି ନଥିବା ହେତୁ ଶ୍ରମିକ ମାନେ ବୌଦ୍ଧ ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି ସହିତ ଶୌଚ ହୋଇଥିଲେ । ଫଳରେ ସହରରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା ।

ବୌଦ୍ଧକୁ ଦାଦନ ଶ୍ରମିକଙ୍କ ଘର ବାହୁଡା ଆରମ୍ଭ , ଜିଲ୍ଲାବାସୀ ଆତଙ୍କିତ

ତୁରନ୍ତ ବୌଦ୍ଧ ପୋଲିସ ଶ୍ରମିକ ମାନଙ୍କୁ ବସ ସହିତ ନେଇ ହରଭଙ୍ଗା ବ୍ଲକ ସିମାନ୍ତ ରଇଠାଣୀ ସେତୁ ନିକଟରେ ରଖିଥିଲା । କିନ୍ତୁ ହରଭଙ୍ଗା ବ୍ଲକ ପ୍ରଶାସନର ଉପଯୁକ୍ତ ତାଳମେଳ ଅଭାବରୁ ଦୀର୍ଘ ସମୟ ଧରି ଶ୍ରମିକ ମାନେ ଭୋକରେ ଆଉଟୁପାଉଟୁ ହୋଇ ବସ ନିକଟରେ ପଡି ରହିଥିଲେ ।ସେହିପରି ବୌଦ୍ଧ ଜିଲ୍ଲାପାଳ , ଏସପି ଓ ଡିଏଫଓ ମନମୁଣ୍ଡା ଠାରେ ପହଞ୍ଚି ଜିଲ୍ଲା ସିମାସିଲକୁ ତଦାରଖ କରିଥିଲେ । ସହରକୁ ପ୍ରବେଶ କରୁଥିବା ଗାଡି ଓ ଜିଲ୍ଲାର ଶ୍ରମିକଙ୍କ ବିବରଣୀ ରଖାଯିବା ଉପରେ ମଧ୍ୟ ଦେଇଛନ୍ତି । ସେପଟେ ବୌଦ୍ଧ ନିକଟସ୍ଥ ବଲାସିଙ୍ଘା ଗାଁ ଲୋକେ ଗାଁ ବନ୍ଧରେ ଦାଦନ ଶ୍ରମିକ ମାନେ ଶୌଚ ଓ ଗାଧୁଆ ପାଧୁଆ ହେତୁ ବନ୍ଧକୁ ଲକଡାଉନ ଘୋଷଣା କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ABOUT THE AUTHOR

...view details