ଓଡିଶା

odisha

ETV Bharat / state

ବୌଦ୍ଧରେ ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ, ପଦାରେ ପଡ଼ିଲା ଅନ୍ତଃକନ୍ଦଳ

ସଂଗଠନକୁ ସୁଦୃଢ କରିବା ପାଇଁ ବସିଥିଲା ବୈଠକ । ହେଲେ ସୁଦୃଢ ପରିବର୍ତ୍ତେ ପଦାରେ ପଡିଲା ଦଳୀୟ ଅନ୍ତଃକନ୍ଦଳ ।

By

Published : Sep 14, 2019, 11:17 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ସରିଲା ଜିଲ୍ଲା ବିଜେଡି ର ବୈଠକ । କିନ୍ତୁ ଦଳ ବିରୋଧୀ କାର୍ଯ୍ୟ ସମ୍ପର୍କରେ ଉଠିଲା ପ୍ରସଙ୍ଗ । ସର୍ବ ସମ୍ମୁଖରେ ଏଭଳି ଅସ୍ବାଭାବିକ ପରିସ୍ଥିତିକୁ କ୍ଷୋଭ ତଥା ଦଳ ଭିତରର କଥା କହି ପ୍ରସଙ୍ଗ କୁ ଏଡାଇ ଯାଇଛନ୍ତି ବରିଷ୍ଠ ବିଜେଡ଼ି ନେତା ପ୍ରତାପ କେଶରୀ ଦେବ ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଶନିବାର ବୌଦ୍ଧ ଟାଉନହଲ ଠାରେ ଜିଲ୍ଲାର ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କର୍ମୀଙ୍କୁ ନେଇ ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ମହିଧର ରଣାଙ୍କ ସଭାପତିତ୍ବରେ ଆୟୋଜିତ ହୋଇଛି ବୈଠକ । ମୁଖ୍ୟ ଅତିଥି ରୂପେ ପୂର୍ବତନ ରାଜ୍ୟ ସଭା ସାସଂଦ ତଥା ଆଳି ବିଧାୟକ ପ୍ରତାପ କେଶରୀ ଦେବ ଯୋଗ ଦେଇଥିଲେ । ସେହିପରି ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲ୍ଲା ପର୍ଯ୍ୟବେକ୍ଷକ, ଜିଲ୍ଲା ବିଜେଡିର ସାଂଗଠନିକ ନେତା ଓ ଦୁଇ ବ୍ଲକର ଅଧ୍ୟକ୍ଷ ଯୋଗ ଦେଇଥିଲେ ।

ଆସନ୍ତା ମାସରେ ବିଜେଡି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନକୁ ଏକ ସ୍ବତନ୍ତ୍ର ଶୈଳୀରେ କରାଯିବ ବୋଲି ମୁଖ୍ୟ ଅତିଥି ସୂଚନା ଦେଇଥିଲେ । କିନ୍ତୁ ବୈଠକରେ ଜିଲ୍ଲା ବିଜେଡି କୃଷକ ସେଲ ସଭାପତି ଦଳର ଆଭ୍ୟନ୍ତରୀଣ କନ୍ଦଳ କଥା ଓ ଦଳ ବିରୋଧୀକାର୍ଯ୍ୟ କଥାକୁ ଉଠାଇବାରୁ ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ଅବଶ୍ୟ ମୁଖ୍ୟ ଅତିଥି ବିଷୟକୁ ପ୍ୟାଚ୍ ପକାଇବାକୁ ଯାଇ ଦଳ ଭିତରେ ଏପରି ହୁଏ ବୋଲି କହିଥିଲେ । ଦଳର ବୈଠକରେ ଦଳୀୟ ନେତାଙ୍କ ଏଭଳି ମନ୍ତବ୍ୟକ ବିଜେଡ଼ିର ଅନ୍ତଃକନ୍ଦଳକୁ ପଦାରେ ପକଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details