ବୌଦ୍ଧ: ଲଗାଣ ବର୍ଷା ଯୋଗୁଁ ମର୍ଜାକୁଦ ବ୍ରିଜ ନିର୍ମାଣରେ ସମସ୍ୟା । ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଧୋଇଗଲା ନିର୍ମାଣଧୀନ ମର୍ଜାକୁଦ ବ୍ରିଜର ଆପ୍ରୋଚ ରୋଡ । ଫଳରେ ବାଧାପ୍ରାପ୍ତ ହୋଇଛି ନିର୍ମାଣଧୀନ ସେତୁ କାର୍ଯ୍ୟ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି ।
ଲଗାଣ ବର୍ଷା ଯୋଗୁଁ ମର୍ଜାକୁଦ ବ୍ରିଜ ନିର୍ମାଣରେ ସମସ୍ୟା
ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ବୌଦ୍ଧରେ ନିର୍ମାଣଧୀନ ବ୍ରିଜ କାର୍ଯ୍ୟରେ ସମସ୍ୟା ସୃଷ୍ଟି କରିଛି । ନିର୍ମାଣଧୀନ ବ୍ରିଜର ଆପ୍ରୋଚ ରୋଡ ଭାଙ୍ଗିଯିବା ଯୋଗୁଁ ମେସିନ ଓ ଗାଡି ଫସି ରହିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...
ଲଗାଣ ବର୍ଷା ଯୋଗୁଁ ମର୍ଜାକୁଦ ବ୍ରିଜ ନିର୍ମାଣରେ ସମସ୍ୟା
ଲଗାଣ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ଜଳ ଆସିବା ଫଳରେ ବୌଦ୍ଧର ମର୍ଜାକୁଦ ସେତୁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ବର୍ଷା ଯୋଗୁଁ ମର୍ଜାକୁଦ ସେତୁ ନିର୍ଣାଣ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି ହୋଇଛି। ସେତୁ କାର୍ଯ୍ୟ ନିମନ୍ତେ ରହିଥିବା ଆପ୍ରୋଚ ରୋଡ ସମ୍ପୂର୍ଣ୍ଣ ଭାବେ ଧୋଇ ନେଇଥିବାବେଳେ ମହାନଦୀ ଗର୍ଭରେ ଠିକାସଂସ୍ଥାର ବଡ ବଡ ମେସିନ ଓ ଗାଡି ଫସି ରହିଥିବା ସୂଚନା ମିଳିଛି । ବାରମ୍ବାର ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବାରୁ ଧାର୍ଯ୍ୟ ସମୟରେ ସେତୁ ନିର୍ମାଣକୁ ନେଇ ସନ୍ଦେହ ପ୍ରକାଶ ପାଇଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ
TAGGED:
ବୌଦ୍ଧ ମହାନଦୀରେ ବନ୍ୟା ଜଳ