ଓଡିଶା

odisha

ETV Bharat / state

ସୁଦୃଢ ହେବ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା, ପ୍ରଶାସନର ଉଦ୍ୟମ ଆରମ୍ଭ

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସମସ୍ୟା। ସମାଧାନ ପାଇଁ ପ୍ରଶାସନର ଉଦ୍ୟମ ଆରମ୍ଭ। ଅଧିକ ପଢନ୍ତୁ

boudh panchayat college
boudh panchayat college

By

Published : Jun 16, 2023, 12:55 PM IST

boudh panchayat college

ବୌଦ୍ଧ:ଜିଲ୍ଲାରେ ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା। ଯାହା ଚଳିତ ବର୍ଷ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳରୁ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଛି । ବୌଦ୍ଧର ପ୍ରଥମ କଲେଜରେ ମଧ୍ୟ ଯୁକ୍ତ ଦୁଇ ପରୀକ୍ଷା ଫଳ ଅତ୍ୟନ୍ତ ନୈରାଶ୍ୟଜନକ ଥିବାରୁ ନାଗରିକ କମିଟି ଏହା ଉପରେ ଦୃଷ୍ଟି ଦେବାକୁ ଦାବି କରିଥିଲା । ଦାବି ମୁତାବକ ଗୁରୁବାର ଜିଲ୍ଲା ପ୍ରଶାସନ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ ନିମନ୍ତେ ଉଦ୍ୟମ ଆରମ୍ଭ କରିଛି । କଲେଜରେ ଯୁକ୍ତ ଦୁଇ କୋର୍ସରେ ବିସିଏ, ଡିସିଏ, ଆଇଟି ଖୋଲିବା ସହିତ ପିଜି ପାଠ୍ୟକ୍ରମ ଖୋଲିବାକୁ ଆବେଦନ ନିମନ୍ତେ ପ୍ରଚେଷ୍ଟା କରାଯିବାକୁ ସହମତି ପ୍ରକାଶ ପାଇଛି ।

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଏବେ ବ୍ୟାପକ ସମସ୍ୟାରେ ଛନ୍ଦି ହୋଇ ରହିଛି । ଉନ୍ନତ ମାନ ଶିକ୍ଷା ପ୍ରଦାନ କରାଯାଉନଥିବାରୁ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ ନୈରାଶ୍ୟ ଜନକ ରହିଥିଲା । ଏହାକୁ ନେଇ ବୌଦ୍ଧ ନାଗରିକ କମିଟି ପକ୍ଷରୁ ଗତ ସପ୍ତାହରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପାଇଁ ଦାବି କରାଯାଇଥିଲା । ଯାହାକୁ ନେଇ ଗତକାଲି ବୌଦ୍ଧ ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଏକ ବୈଠକ ଡକାଯାଇଥିଲା । ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସମେତ ଉଭୟ ନାଗରିକ କମିଟିର ପ୍ରତିନିଧିମାନେ ଓ କଲେଜ କର୍ତ୍ତୃପକ୍ଷ ଆଲୋଚନା କରିଥିଲେ ।

ବୌଦ୍ଧ ପଞ୍ଚାୟତ କଲେଜ 1978 ମସିହାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ମାନ୍ୟତା ପାଇନାହିଁ । ଦୀର୍ଘ ଦିନ ହେଲା କଲେଜ ପରିଚାଳନା କମିଟି ଗଠନ ହୋଇ ନଥିବା ବେଳେ କଲେଜରେ ଶିକ୍ଷା ଦାନ କୁନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହୋଇ ଆସୁଛି । କଲେଜରେ ଥିବା କମ୍ପ୍ୟୁଟର ଲାବ୍‌ରେ 40ଟି କମ୍ପ୍ୟୁଟର ଖତ ଖାଉଥିବା ବେଳେ ଅନେକ ବିଭାଗର ଅଧ୍ୟାପକ ନାହାନ୍ତି । କଲେଜରେ ଶିକ୍ଷା ଦାନ ଅପେକ୍ଷା ରାଜନୀତି ଅଧିକ ହେଉଥିବା ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ।

ବୈଠକରେ କଲେଜର ସମସ୍ୟାକୁ ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଅଣାଯାଇ ଏହାର ସମାଧାନ ପାଇଁ ଆଲୋଚନା କରାଯାଇଥିଲା । କଲେଜରେ ଯୁକ୍ତ ଦୁଇ କୋର୍ସରେ ବିସିଏ,ଡିସିଏ, ଆଇଟି ଖୋଲିବା ସହିତ ପିଜି ପାଠ୍ୟକ୍ରମ ଖୋଲିବାକୁ ଆବେଦନ ନିମନ୍ତେ ପ୍ରଚେଷ୍ଟା କରାଯିବାକୁ ସହମତି ପ୍ରକାଶ ପାଇଥିଲା । ଦୀର୍ଘ ଦିନ ହେଲା କଲେଜ କର୍ତ୍ତୃପକ୍ଷ ଓ ଅବିଭାବକଙ୍କ ବୈଠକର ଆୟୋଜନ ହୋଇ ନଥିବାରୁ ସେନେଇ ମଧ୍ୟ ନାଗରିକ କମିଟି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲା । ଆଲୋଚନା ଏକ ପ୍ରକାର ସଫଳତା ପୂର୍ଣ୍ଣ ହୋଇଥିବା ନାଗରିକ କମିଟିର ସଂପାଦକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details