ବୌଦ୍ଧ: ନାହିଁ ରାସ୍ତା । ନାହିଁ ପାଣି । ଅଙ୍ଗନୱାଡି କେନ୍ଦ୍ରଟିଏ ମଧ୍ୟ ନାହିଁ । ଏପରିକି ଅପପୃଷ୍ଟି ରୋଗରେ ବହୁ କଅଁଳ ଜୀବନ ଘାଣ୍ଟି ହେଉଥିଲେ ବି ଅପହଞ୍ଚ ସ୍ବାସ୍ଥ୍ୟସେବା । ଏ ହେଉଛି ବୌଦ୍ଧ ହରଭଙ୍ଗା ବ୍ଲକ ସଦର ମହକୁମାଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା କନ୍ଧ ଅଧ୍ୟୁଷିତ ଘୋଡାଡିଆଁ ଗ୍ରାମ ।
ଦୀପ ତଳ ଅନ୍ଧାର ଭଳି ଚାରିଛକର ନିକଟରେ ଥିବା ଗାଁରେ ସମସ୍ୟାର ଲମ୍ବା ତାଲିକା । ସ୍ଥିତି ଦେଖିଲେ ଲାଗୁଛି, ସରକାରୀ ଯୋଜନା ମଧ୍ୟରେ ଘୋଡାଡିଆଁବାସୀ ସତେ ଯେପରି ଅଲୋଡା ହୋଇପଡଛନ୍ତି । ପରିଣତ ବୟସର ହୋଇଥିଲେ ସୁଦ୍ଧା ବାର୍ଦ୍ଧକ୍ୟ ଭତ୍ତାଟିଏ ପାଇଁ ବହୁ ଗୁହାରୀ ସରିଲାଣି । ଗ୍ରାମବାସୀଙ୍କ ତମାମ ଅସୁବିଧା । ଆଉ କହିଲେ ବି କେହି ଶୁଣିବାକୁ ନାହାନ୍ତି ।