ଓଡିଶା

odisha

ETV Bharat / state

3ଟି ଭାଲୁଙ୍କ ସହ ଲଢି ଫେରିପାଇଲେ ଜୀବନ

ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଧଳପୁର ଗ୍ରାମ ନିକଟରେ ବୁଧବାର ଦିନ ଏକ ଘଟଣା ଦେଖିବାକୁ ମିଳିଥିଲା। ଧଳପୁର ଗ୍ରାମର ଜନୈକ ବ୍ୟକ୍ତି ନିଜ ଜମିରେ ଚାଷ କରିଥିବା ବୁଟକୁ ଜନ୍ତୁଙ୍କ ଦାଉରୁ ରକ୍ଷା କରିବା ପାଇଁ ରାତିରେ ଜମି ନିକଟରେ ଜଗିବା ସହ ଶୋଇ ପଡିଥିଲେ।

By

Published : Mar 7, 2019, 5:47 AM IST

ଫଟୋ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଧଳପୁର ଗ୍ରାମ ନିକଟରେ ବୁଧବାର ଦିନ ଏକ ଘଟଣା ଦେଖିବାକୁ ମିଳିଥିଲା। ଧଳପୁର ଗ୍ରାମର ଜନୈକ ବ୍ୟକ୍ତି ନିଜ ଜମିରେ ଚାଷ କରିଥିବା ବୁଟକୁ ଜନ୍ତୁଙ୍କ ଦାଉରୁ ରକ୍ଷା କରିବା ପାଇଁ ରାତିରେ ଜମି ନିକଟରେ ଜଗିବା ସହ ଶୋଇ ପଡିଥିଲେ। କିନ୍ତୁ ବୁଧବାର ସକାଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ଘରକୁ ଫେରିଥିଲେ। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଭିଡିଓ ସୌଜନ୍ୟ - ପ୍ରତିନିଧି, ବୌଦ୍ଧ

କୁଶ ନାୟକ ନାମକ ବ୍ୟକ୍ତି ପ୍ରତ୍ୟେକ ଦିନ ଭଳି ମଙ୍ଗଳବାର ରାତିରେ ମଧ୍ୟ ନିଜ ବୁଟଚାଷ ଜମିକୁ ଜଗିବାକୁ ରାତିରେ ଜଗନ୍ନାଥ ସଡକ ଉପରେ ପହରା ଦେଉଥିଲେ। ପାହାନ୍ତା ବେଳକୁ ତିନୋଟି ଭାଲୁ ଏକ ସଙ୍ଗେ ଅତର୍କିତ କୁଶଙ୍କ ଉପରକୁ ଆକ୍ରମଣ କରିଥିଲେ। କିନ୍ତୁ କୁଶ ମଧ୍ୟ ପଛଘୁଞ୍ଚା ନଦେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ତିନୋଟି ଭାଲୁ ସହ ଲଢେଇ କରିଥିଲେ।

ଶେଷରେ ଭାଲୁମାନେ କୁଶଙ୍କୁ କେବଳ କ୍ଷତାକ୍ତ କରି ଜଙ୍ଗଲକୁ ପଳାଇ ଯାଇଥିଲେ। ତେବେ କ୍ଷତାକ୍ତ ଅବସ୍ଥାରେ ଫେରିବା ପରେ ତାଙ୍କୁ ଆମ୍ବୁଲାନ୍ସରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details