ଓଡିଶା

odisha

ETV Bharat / state

ବିବାହ ନାମରେ ଟଙ୍କା ହଡପର ଯୋଜନା ପଣ୍ଡ, ଯୁବକ ଗିରଫ - man arrested after alleges of fraud in Boudha

ଯୁବତୀଙ୍କୁ ବିବାହର ଲୋଭ ଦେଖାଇ ପ୍ରେମ ଜାଲରେ ଫସାଇଥିଲେ ଯୁବକ । ଏହାପରେ ତାଙ୍କ ସଞ୍ଜିତ ଅର୍ଥ ହଡପ କରିବାର ରଖିଥିଲେ ଯୋଜନା । ଅଧିକ ପଢନ୍ତୁ...

ବିବାହ ନାମରେ ଟଙ୍କା ହଡପର ଯୋଜନା ପଣ୍ଡ, ଯୁବକ ଗିରଫ
ବିବାହ ନାମରେ ଟଙ୍କା ହଡପର ଯୋଜନା ପଣ୍ଡ, ଯୁବକ ଗିରଫ

By

Published : Jun 30, 2020, 9:53 PM IST

ବୌଦ୍ଧ: ଜଣେ ଅସହାୟ ଯୁବତୀଙ୍କୁ ବିବାହର ଲୋଭ ଦେଖାଇ ପ୍ରେମ ଜାଲରେ ଫସାଇଥିଲେ ଯୁବକ । ଏହାପରେ ତାଙ୍କ ସଞ୍ଜିତ ଅର୍ଥ ହଡପ କରିବାର ରଖିଥିଲେ ଯୋଜନା । ହେଲେ ସଠିକ୍ ସମୟରେ ଯୁବତୀଙ୍କ ଉଦ୍ୟମ ଯୋଗୁଁ ଯୋଜନା ଫସର ଫାଟିବା ସହ ଗିରଫ ହୋଇଛନ୍ତି ଯୁବକ ।

ବିବାହ ନାମରେ ଟଙ୍କା ହଡପର ଯୋଜନା ପଣ୍ଡ, ଯୁବକ ଗିରଫ

ପୋଲିସ ସୂଚନାନୁସାରେ ଯୁବତୀ ଜଣକ ବୌଦ୍ଧ ଥାନା ଅନ୍ତର୍ଗତ ହାଟଗାଁର ହୋଇଥିବାବେଳେ ଅଭିଯୁକ୍ତ ଜଣକ ବାଉଁଶୁଣୀ ଥାନା ଅଞ୍ଚଳର ବୋଲି ଖବର ରହିଛି । ଅସହାୟ ଯୁବତୀଙ୍କ ଦୁନିଆରେ ନିଜର ବୋଲି କେହି ନାହାନ୍ତି । ଫଳରେ ପେଟ ପାଟଣା ପାଇଁ କେଉଁଠି ଯୁବତୀ ଜଣକ ମୂଲ ଲାଗନ୍ତି ନଚେତ ପର ଘରେ କାମଧନ୍ଦା କରନ୍ତି ।

ତେବେ ଅଭିଯୁକ୍ତ ଯୁବକ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରେମ ଜାଲରେ ଫସାଇବା ପରେ ବାଧ୍ୟ କରି ଶାରୀରିକ ସମ୍ପର୍କ ରଖିଥିଲେ । ଏହାସହ ଯୁବତୀ ସଞ୍ଚିଥିବା ଅର୍ଥ ସହିତ ଧାର ଉଧାର ସୂତ୍ରରେ ଲକ୍ଷାଧିକ ଟଙ୍କା ହଡପ କରି ଅନ୍ୟତ୍ର ବିବାହ ପାଇଁ ଯୋଜନା କରିଥିଲା ।

ହେଲେ ପୀଡିତ ଯୁବତୀ ଜଣକ ସାହସ ଜୁଟାଇ ବୌଦ୍ଧ ପୋଲିସର ଦ୍ବାରସ୍ଥ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ସମ୍ପୃକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details