ଓଡିଶା

odisha

ETV Bharat / state

ଶ୍ରମିକ ବଦଳରେ ଚାଲୁଛି ମେସିନ; ଧରାପଡିଲେ SFC, ନଧରାପଡିଲେ NREGS - ଶ୍ରମିକ ବଦଳରେ କାମ କରୁଛି ମେସିନ

ଲକଡାଉନ ସମୟରେ ସ୍ଥାନୀୟ ଶ୍ରମିକ ଓ ଦାଦନ ଶ୍ରମିକଙ୍କୁ ସହାୟତା ପାଇଁ ସରକାର ଏନଆରଇଜିଏସ କାର୍ଯ୍ୟ ଯୋଗାଇ ଦେଇଛନ୍ତି । କିନ୍ତୁ ବୌଦ୍ଧ ଜିଲ୍ଲାର ଅନେକ ପଞ୍ଚାୟତରେ ଶ୍ରମିକ ବଦଳରେ ଏହି କାମ କରୁଛି ମେସିନ । ଅଧିକ ପଢନ୍ତୁ...

ଧରାପଡିଲେ ଏସଏଫସି, ନଧରାପଡିଲେ ଏନଆରଇଜିଏସ
ଧରାପଡିଲେ ଏସଏଫସି, ନଧରାପଡିଲେ ଏନଆରଇଜିଏସ

By

Published : May 20, 2021, 10:15 AM IST

ବୌଦ୍ଧ: ଲକଡାଉନ ସମୟରେ ସ୍ଥାନୀୟ ଶ୍ରମିକ ଓ ଦାଦନ ଶ୍ରମିକଙ୍କୁ ସହାୟତା ପାଇଁ ସରକାର ଏନଆରଇଜିଏସ କାର୍ଯ୍ୟ ଯୋଗାଇ ଦେଇଛନ୍ତି । କିନ୍ତୁ ବୌଦ୍ଧ ଜିଲ୍ଲାର ଅନେକ ପଞ୍ଚାୟତରେ ଶ୍ରମିକ ବଦଳରେ ଏହି କାମ ମେସିନ କରୁଛି । ଏହା ଧରାପଡିଲେ ଏସଏଫସି କାମ, ଆଉ ନ ଧରାପଡିଲେ ଏହା ଏନଆରଇଜିଏସ କାମ ଭାବରେ ବିଲ୍ ହେଉଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଏଭଳି ଦୁର୍ନୀତି ଏକ ସାଧାରଣ କଥା ହୋଇଥିବା ବେଳେ କଣ୍ଟାମାଳ ବ୍ଲକର ଉପାନ୍ତ ଅଞ୍ଚଳରେ ଜେସିବି ମାଧ୍ୟମରେ ଏନଆରଇଜିଏସ କାର୍ଯ୍ୟର ଏକ ବଡ ରାକେଟ କାମ କରୁଥିବା ସୂଚନା ମିଳିଛି ।

ଧରାପଡିଲେ ଏସଏଫସି, ନଧରାପଡିଲେ ଏନଆରଇଜିଏସ

ଏ ସମ୍ପର୍କରେ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ସ୍ଥାନୀୟ କୁଜି ନେତା, ଏପରିକି ଶ୍ରମ ବିଭାଗ ସମସ୍ତେ ଜାଣି ମଧ୍ୟ ଠିକାଦାର ପେଷା ନିତିରେ ଅଜଣା ପାଲଟି ଯାଇଛନ୍ତି । କଣ୍ଟାମାଳ ବ୍ଲକର ଚବିଶ ଗୋଟି ପଞ୍ଚାୟତ ମଧ୍ୟରୁ ଅନେକ ପଞ୍ଚାୟତର ବନ୍ଧ ଖୋଳା ଠାରୁ ରାସ୍ତା ନିର୍ମାଣ ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ମେସିନ ବ୍ୟବହାର ଏକ ସାଧାରଣ କଥା ହୋଇଥିବା ବେଳେ ସବୁ ବର୍ଗର ଲୋକ ଜାଣି ଅଜଣା ହୋଇଛନ୍ତି ।

ମେସିନ ଦ୍ବାରା ଏସବୁ କାର୍ଯ୍ୟ ହେଉଥିବା ସମୟରେ ଧରାପଡିଲେ ଏହାକୁ ପଞ୍ଚାୟତ ପକ୍ଷରୁ ଏସଏଫସି କାମ ବୋଲି ସୂଚାଯାଏ, ଏବଂ ଧରାନପଡିଲେ କାମ ସରିବା ପରେ ଏନଆରଇଜିଏସରେ କାର୍ଯ୍ୟ ହୋଇଥିବା ନେଇ ଏକ ସୂଚନା ଫଳକ ଲଗାଇ ଯନ୍ତ୍ରୀ, ଠିକାଦାର, ମଧ୍ୟସ୍ଥି,ପଞ୍ଚାୟତ ପ୍ରତିନିଧି ସମସ୍ତଙ୍କ ଜ୍ଞାତସାରରେ ପିସି ହିସାବରେ ବିଲ ପୈଠ ହୁଏ । ଏହାକୁ ବୁଦ୍ଧିଜୀବୀ କଣ୍ଟାମାଳ ବ୍ଲକ ପ୍ରଶାସନକୁ ଟାର୍ଗେଟ କରିବା ସହ ଏଭଳି ଏନଆରଇଜିଏସ କାର୍ଯ୍ୟରେ ଅନିୟମିତତା ତଥା ଦୁର୍ନୀତି ଯୋଗୁଁ କଣ୍ଟାମାଳ ବ୍ଲକରେ ଦାଦନ ଶ୍ରମିକ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବା ଅଭିଯୋଗ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details