ଓଡିଶା

odisha

ଉଦଯାପିତ ହେଲା ମା' ଆଦିଶକ୍ତିଙ୍କ ପଞ୍ଚ ଦିବସୀୟ ଯାତ୍ରା

ପାରମ୍ପରିକ ରୀତିନୀତିରେ ଦେବୀଙ୍କ ଘଟକୁ ପାଟ ଖଣ୍ଡା ଓ ଛତ୍ର ଯାତ୍ରା ମଧ୍ୟରେ ବିଭିନ୍ନ ଗ୍ରାମ ପରିକ୍ରମା ପରେ ଗତକାଲି ଆଶ୍ଵିନ ତୃତୀୟା ତିଥିରେ ସମାପନ ହୋଇଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 18, 2023, 8:34 AM IST

Published : Oct 18, 2023, 8:34 AM IST

maa adishakti yatra concluded
maa adishakti yatra concluded

maa adishakti yatra concluded

ବୌଦ୍ଧ:ଆନନ୍ଦ ଉଲ୍ଲାସର ସହିତ ସମାପନ ହୋଇଛି ମା' ଆଦିଶକ୍ତିଙ୍କ ପଞ୍ଚ ଦିବସୀୟ ଯାତ୍ରା । ପାରମ୍ପରିକ ରୀତିନୀତିରେ ଦେବୀଙ୍କ ଘଟକୁ ପାଟ ଖଣ୍ଡା ଓ ଛତ୍ର ଯାତ୍ରା ମଧ୍ୟରେ ବିଭିନ୍ନ ଗ୍ରାମ ପରିକ୍ରମା ପରେ ଗତକାଲି ଆଶ୍ଵିନ ତୃତୀୟା ତିଥିରେ ସମାପନ ହୋଇଛି । ଏଥିରେ ପାଞ୍ଚ ଦିନ ଧରି ଜଣେ ସେବାୟତଙ୍କ ଶରୀରରେ ଦେବୀ ଆଦିଶକ୍ତି ବିରାଜମାନ ହୋଇ ଅଞ୍ଚଳର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିପାରୁଥିବା ବିଶ୍ବାସ ରହିଛି ।

ତେବେ ଆଶ୍ଵିନ ମାସର ଶୁକ୍ଳପକ୍ଷରେ ଶାରଦୀୟ ଦୁର୍ଗାପୂଜା ପାଇଁ ଚତୁର୍ଦ୍ଦିଗ ଉତ୍ସବ ମୁଖର ହୋଇଉଠିଛି । ଏହାରି ମଧ୍ୟରେ ବୌଦ୍ଧ ଜିଲ୍ଲାରେ ମଧ୍ୟ ବିଭିନ୍ନ ସ୍ଥାନରେ ମୂଳାଷ୍ଟମୀଠାରୁ ଷୋଳପୂଜା ଆରମ୍ଭ ହୋଇ ସାରିଛି । ଜିଲ୍ଲାର ପୁରୁଣା କଟକଠାରେ ବିରାଜିତ ଦେବୀ ଭୈରବୀଙ୍କ ପୀଠରେ ଗୁପ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଜାରି ରହିଥିବା ବେଳେ ସାଧାରଣ ଭକ୍ତଙ୍କ ମନ୍ଦିର ପ୍ରବେଶ ଓ ଦେବୀ ଦର୍ଶନ ସମ୍ପୂର୍ଣ୍ଣ ବାରଣ ରହିଛି । ଏହାଛଡା ବାମଣ୍ଡା, ବୀରନରସିଂହପୁର, ଭାଲିଆପଦର ଭଳି କେତେକ ସ୍ଥାନରେ ଶାରଦୀୟ ଷୋଳପୂଜା ଅତ୍ୟନ୍ତ ନିଷ୍ଠା ଓ କାଷ୍ଠାର ସହିତ ପାଳନ କରାଯାଉଛି । ତେବେ ପ୍ରତିପଦା ଠାରୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ପ୍ରାଚୀନ ଶକ୍ତିପୀଠରେ ନବରାତ୍ରି ପୂଜା ଆରମ୍ଭ ହୋଇ ସାରିଛି ।

ଏହା ମଧ୍ୟ ପଢନ୍ତୁ- ଆଜିଠୁ ଆରମ୍ଭ ନବରାତ୍ରୀ ପୂଜା, ବୌଦ୍ଧରେ ମା' ଭୈରବୀଙ୍କ ପୀଠ ଚଳଚଞ୍ଚଳ

ତେବେ ଜିଲ୍ଲାର ନିଆରା ଦେବୀଯାତ୍ରା ଗତକାଲି ସମାପନ ହୋଇଛି । ଜିଲ୍ଲାର ବଘିଆପଡ଼ା ପଞ୍ଚାୟତ ଅନ୍ତର୍ଗତ କନକପୁର ଗ୍ରାମରେ ସ୍ଥାନୀୟ ଶ୍ରଦ୍ଧାଳୁମାନେ ମା ଆଦିଶକ୍ତିଙ୍କୁ ପାଞ୍ଚ ଦିନ ଧରି ବିଭିନ୍ନ ଗ୍ରାମ ପରିକ୍ରମା ସହିତ ଯାତ୍ରା ପାଳନ କରିଥାନ୍ତି । ଗତ ଶୁକ୍ରବାର ଦିନ ଠାରୁ ଦେବୀ ଆଦିଶକ୍ତିଙ୍କ ଘଟକୁ ଆଦିବାସୀ ଶ୍ରଦ୍ଧାଳୁମାନେ ଅଞ୍ଚଳର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ । ସେଥିରେ ଦେବୀ ଖୋଦ ସେବାୟତଙ୍କ ଶରୀରରେ ବିରାଜମାନ ହୋଇ ପାଞ୍ଚ ଦିନ ଧରି ଗାଁକୁ ଗାଁ ଚାଲି ଚାଲି ଯାତ୍ରା କରନ୍ତି । ପାରମ୍ପରିକ ଶୈଳୀରେ ତଥା ଷୋହଳ ଖାଡି ବାଦ୍ୟ ମଧ୍ୟରେ ଢୋଲ, ମହୁରୀ, ନିଷାଣ,ତାସା ର ପରିବେଷଣ ମଧ୍ୟରେ ଏହି ପାରମ୍ପରିକ ପର୍ବକୁ ସ୍ଥାନୀୟ ଅଧିବାସୀ ଙ୍କ ସହିତ ପଡ଼ୋଶୀ ଜିଲ୍ଲାର ଶ୍ରଦ୍ଧାଳୁମାନେ ପାଳନ କରିଆସୁଛନ୍ତି । ଗତକାଲି ଏହି ପଞ୍ଚ ଦିବସୀୟ ଯାତ୍ରାର ଶେଷ ଦିବସରେ ଶହ ଶହ ଶ୍ରଦ୍ଧାଳୁ କନକପୁର ଗ୍ରାମରେ ପହଞ୍ଚି ଏହି ଆଧ୍ୟାତ୍ମିକ ପର୍ବରେ ଅଂଶ ଗ୍ରହଣ କରିଥିଲେ । ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁମାନେ ମନୋସ୍କାମନା ପୁରଣ ପାଇଁ ଦେବୀଙ୍କ ନିକଟରେ ପହଞ୍ଚି ଥିବା ବେଳେ ବହୁ ମାନସିକଧାରୀ ବଳି ପ୍ରଥାକୁ ପାଳନ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details