ବୌଦ୍ଧ: ନିଜ ଜଟାରେ ପବିତ୍ର ଗଙ୍ଗାଙ୍କୁ ଧାରଣ କରିଥିବା ଭୋଳା ଶଙ୍କରଙ୍କୁ ଅଭିନବ ଶୈଳୀରେ ପୂଜାକଲେ ଶ୍ରଦ୍ଧାଳୁ । ସମଗ୍ର ବିଶ୍ବରେ ଜଳ ସଂକଟ ଏବେ ବଡ ସମସ୍ୟା ହୋଇଥିବା ବେଳେ କିଛି ଯୁବକ ଏକ ନିଆରା ଢଙ୍ଗରେ ସଚେତନତାର ବାର୍ତ୍ତା ଦଶହରା ପୂଜା ମାଧ୍ୟମରେ ପ୍ରଚାର କରିଛନ୍ତି ।
ଜଳସଂକଟ ବାର୍ତ୍ତା: ପୋଖରୀରେ ପୂଜା ପାଇଲେ ଭଗବାନ ଶିବ - ବାବା ବୈଦ୍ୟନାଥ ପୂଜା କମିଟି
ବୌଦ୍ଧ ଜିଲ୍ଲାରେ ଦଶହରା ଅବସରରେ ଜଳସଂକଟର ବାର୍ତ୍ତା ଦେବା ପାଇଁ ଆରାଧ୍ୟ ଦେବତା ଶିବଙ୍କ ଏକ ପ୍ରତିମାକୁ ପୁଷ୍କରିଣୀର ମଧ୍ୟଭାଗରେ ସ୍ଥାପନ କରି ପୂଜା କରାଯାଇଛି ।
ଫଟୋ ସୌଜନ୍ୟ : ପ୍ରତିନିଧି,ବୌଦ୍ଧ
ବୌଦ୍ଧ ଜିଲ୍ଲାର ସରସରା ଗ୍ରାମର ମୁଖ୍ୟ ସରୋବର ମଧ୍ୟଭାଗରେ ଦଶହରା ଉତ୍ସବକୁ ସ୍ଥାନୀୟ ବାବା ବୈଦ୍ୟନାଥ ପୂଜା କମିଟିର ସଦସ୍ୟ ମାନେ ଏକ ନିଆରା ଶୈଳୀରେ ଆୟୋଜନ କରିଛନ୍ତି । ଗ୍ରାମର ଆରାଧ୍ୟ ଦେବତା ଭୋଳା ଶଙ୍କରଙ୍କ ଏକ ପ୍ରତିମାକୁ ସେମାନେ ନିଜେ ତିଆରି କରି ପୁଷ୍କରିଣୀର ମଧ୍ୟ ଭାଗରେ ସ୍ଥାପନ କରି ଜଳର ସୁରକ୍ଷା ବାର୍ତ୍ତାକୁ ପ୍ରଚାର କରିଛନ୍ତି । ଦଶହରାରେ ଯୁବକ ମାନଙ୍କ ଏଭଳି ଉଦ୍ୟମକୁ ବେଶ ପ୍ରଶଂସା କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ