ଓଡିଶା

odisha

ETV Bharat / state

ବେଧଡକ ଚାଲିଛି ବାଲି ଓ ପଥର ଲୁଟ, ରାଜସ୍ୱ ବିଭାଗ ଚୁପ୍

ମାଫିଆଙ୍କ କବଜାରେରେ ଜିଲ୍ଲାର ବିଭିନ୍ନ ପଥର କ୍ବାରି ଓ ବାଲି ଘାଟ । ଏନେଇ ବାରମ୍ବାର ଅଭିଯୋଗ ପରେ ରାଜସ୍ୱ ବିଭାଗ କେବଳ ଫାଇନ ଚାଲାଣ କାଟି ଚୁପ ବସିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

By

Published : Jul 25, 2021, 7:58 AM IST

ବେଧଡକ ଚାଲିଛି  ବାଲି ଓ ପଥର ଲୁଟ,  ରାଜସ୍ୱ ବିଭାଗ ଚୁପ୍
ବେଧଡକ ଚାଲିଛି ବାଲି ଓ ପଥର ଲୁଟ, ରାଜସ୍ୱ ବିଭାଗ ଚୁପ୍

ବୌଦ୍ଧ: ଜିଲ୍ଲାରେ ଲଘୁଖଣିଜ ସମ୍ପଦର ଚାଲିଛି ହରିଲୁଟ । କିଛି ଦୁର୍ନୀତି ଗ୍ରସ୍ତ ରାଜସ୍ୱ କର୍ମଚାରୀଙ୍କ ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କା ଲୁଟ ହେଉଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ମହାନଦୀରୁ ବାଲି ଓ ଜଙ୍ଗଲରୁ ପଥର ଲୁଟ ବର୍ଷ ତମାମ ଜାରି ରହିଛି । ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ବିଶେଷ ଭାବରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଠାରେ ଥିବା ଓଡ଼ିଶାର ଏକ ପ୍ରତିଷ୍ଠିତ ଠିକାସଂସ୍ଥାର ଦୌରାତ୍ମ୍ୟରେ ଅତିଷ୍ଠ ଅଞ୍ଚଳବାସୀ । ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ରାଜସ୍ୱ ବିଭାଗ କିଛି ପଦକ୍ଷପ ଗ୍ରହଣ କରୁନାହିଁ । ଫଳରେ ଠିକାସଂସ୍ଥା ପଥର କ୍ବାରି ନାରେ ପାତାଳରୁ ପଥର ଲୁଟ କରିବାରେ ଲାଗିଛି ।

ବେଧଡକ ଚାଲିଛି ବାଲି ଓ ପଥର ଲୁଟ, ରାଜସ୍ୱ ବିଭାଗ ଚୁପ୍

ଏହା ବିରୋଧରେ ଖରଭୂଇଁ ଅଞ୍ଚଳ ସମେତ ଛତରଙ୍ଗ ପଞ୍ଚାୟତ ବାସୀ ଏକ ବଡ ଧରଣର ଆନ୍ଦୋଳନ ପାଇଁ ସଜବାଜ ଆରମ୍ଭ କଲେଣି । ସେହିପରି ମହାନଦୀ କୂଳରେ ଥିବା ହରଭଙ୍ଗା ତହସିଲ ଅନ୍ତର୍ଗତ କାଲେଶ୍ବର ଠାରୁ ଆରମ୍ଭ କରି ବଙ୍କାପଡା, ବଘାରପାଲି,କରଡି, ଧଳପୁର, ରାମଗଡ, ହରଭଙ୍ଗା ପର୍ଯ୍ୟନ୍ତ ବିଭିନ୍ନ ବାଲିଘାଟରୁ ବାଲି ଉଠାଣ କରି ମାଫିଆ ମାନେ ବାଲି ଡମ୍ପିଂ କରି ପାଞ୍ଚ ଗୁଣା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।

ଖୋଦ ବୌଦ୍ଧ ଜିଲ୍ଲାପାଳ ଏଭଳି ଗଚ୍ଛିତ ବାଲିକୁ ଧରିଥିବା ବେଳେ ରାଜସ୍ୱ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ଯୋଗୁଁ ବାଲି ଓ ପଥର ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି । ସେପଟେ ହରଭଙ୍ଗା ତହସିଲ ପକ୍ଷରୁ କେବଳ ଧର୍ମକୁ ଆଖି ଠାର ଭଳି କୋଟି କୋଟି ଟଙ୍କାର ରାଜସ୍ୱକୁ କିଛି ମାତ୍ର କିଛି ଟଙ୍କା ମାଫିଆଙ୍କ ଠାରୁ ଫାଇନ କାଟୁଛନ୍ତି । ଏନେଇ ବୁଦ୍ଧିଜୀବୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ତୁରନ୍ତ ଜିଲ୍ଲାପାଳ ଏହାର ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details