ଓଡିଶା

odisha

ETV Bharat / state

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗଛ ଲାଗିବା ନାଁରେ ଝୁଲୁଛି ତାଲା - ସ୍ବାସ୍ଥ୍ୟକେନ୍ଦ୍ର

ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗି ରହିଛି ବିଭିନ୍ନ ସମସ୍ୟା । ଏଭଳି ସ୍ଥିତିରେ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ପଡିଛି ତାଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Feb 26, 2019, 11:09 PM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗି ରହିଛି ବିଭିନ୍ନ ସମସ୍ୟା । ଏଭଳି ସ୍ଥିତିରେ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ପଡିଛି ତାଲା । ଯାହାକୁ ନେଇ ଏବେ ସାଧାରଣରେ ପ୍ରକାଶ ପାଇଛି ତୀବ୍ର ଅସନ୍ତୋଷ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

କଥାରେ ଅଛି ଥାନା, ଡାକ୍ତରଖାନା ଓ ପାଇଖାନା କେବେ ବନ୍ଦ ହୁଏ ନାହିଁ । କିନ୍ତୁ ଜିଲ୍ଲାର ପୁରୁଣା କଟକ, ଚାରିଛକ, ମୁଣ୍ଡାପଡା ଓ ଆମ୍ବଝରୀ ଭଳି କେତେକ ଗୁରୁତ୍ବପୂର୍ଣ୍ଣ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ତାଲା ପଡୁଥିବା ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ, ନିକଟସ୍ଥ ଅଞ୍ଚଳର ରୋଗୀଙ୍କ ସୁବିଧା ପାଇଁ ଖୋଲାଯାଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଧିକାଂଶ ସମୟରେ ତାଲା ପଡି ରହୁଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପକ୍ଷରେ ଏସମ୍ପର୍କରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ନାରାଜ ହୋଇଥିଲେ ।

ଓଲଟା ସାଧାରଣ ଲୋକଙ୍କ ଆକ୍ରୋଶର ଜବାବ ଦେବାକୁ ଯାଇ ସେ କହିଥିଲେ, 'ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ନୂଆ ଗଛ ଲଗା ଚାଲିଛି, ସେଥିପାଇଁ ହୁଏତ ମୁଖ୍ୟ ଫାଟକରେ ତାଲା ପଡିଥାଇପାରେ ।'

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details