ଓଡିଶା

odisha

ETV Bharat / state

ଲକଡାଉନ ନିୟମରେ କୋହଳ, ଖୋଲିଲା ମଦ ଦୋକାନ - ଲକଡାଉନ ନିୟମରେ କୋହଳ

ଆଜି ଠାରୁ ବୌଦ୍ଧ ଜିଲ୍ଲା ପ୍ରଶାସନ ଲକଡାଉନ ନିୟମରେ କୋହଳ କରିଛି । ସକାଳ ସାତଟାରୁ ସଂଧ୍ୟା ସାତଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ବିଧିବଦ୍ଧ ଭାବେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏହି ସୂଚନା ଦେଇଛନ୍ତି ।

lock down rule relaxed in boudha,
lock down rule relaxed in boudha,

By

Published : May 26, 2020, 4:23 PM IST

ବୌଦ୍ଧ: ଜିଲ୍ଲା ପ୍ରଶାସନ ଲକଡାଉନ ନିୟମ ମଙ୍ଗଳବାର ଠାରୁ କୋହଳ କରିଛନ୍ତି । ସେହିପରି ଅନଲାଇନରେ ବିଦେଶୀ ମଦ ବିକ୍ରି ପାଇଁ ଅନୁମତି ରହିଥିଲେ ମଧ୍ୟ ଦୋକାନ ଗୁଡିକରେ ପ୍ରବଳ ଗହଳି କରି ମଦବିକ୍ରି ହେଉଥିବା ଅଭିଯୋଗ ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବୌଦ୍ଧ ଜିଲ୍ଲା ପ୍ରଶାସନ ଲକଡାଉନ ନିୟମରେ କୋହଳ କରିଛି । ସକାଳ ସାତଟାରୁ ସଂଧ୍ୟା ସାତଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ବିଧିବଦ୍ଧ ଭାବେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏହି ସୂଚନା ଦେଇଛନ୍ତି ।

ସେହିପରି ସରକାରଙ୍କ ନିୟମ ମୁତାବକ ବୌଦ୍ଧ ଜିଲ୍ଲାର 13ଟି ବିଦେଶୀ ମଦ ଦୋକାନକୁ ଅନଲାଇନରେ ମଦବିକ୍ରି ପାଇଁ ଅନୁମତି ମିଳିଛି । ତେବେ କେତେକ ମଦ ଦୋକାନରେ ମଦବିକ୍ରି ହେଉଥିବା ଅଭିଯୋଗ ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଅନଲାଇନରେ ମଦ କିଣୁଥିବା ଗ୍ରାହକଙ୍କ ରାସନ କାର୍ଡ ଅବୈଧ କରିବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details