ବୌଦ୍ଧ:ସତ୍ତା ହରାଇବାକୁ ବସିଛି ବୌଦ୍ଧର ଅନ୍ୟତମ ପ୍ରାଚୀନ ତଥା ବାଣିଜ୍ୟିକ ପେଣ୍ଠସ୍ଥଳ ବାଉଶୁଣୀ ଗ୍ରାମ । ପ୍ରାଶାସନିକ ବୈମାତୃକ ମନୋଭାବ ଯୋଗୁଁ ଏହି ଗ୍ରାମ ବ୍ୟାପକ ସମସ୍ୟା ଘେରରେ ରହିଥିବା ଅଭିଯୋଗ ହୋଇଛି । ଧୀରେ ଧୀରେ ବାଉଶୁଣୀ ଗ୍ରାମ ନିଜର ସତ୍ତା ହରାଇବାକୁ ବସିଥିବା ବେଳେ କୂଳ ଲଙ୍ଘୁଥିବା ମହାନଦୀ ଏହି ଅଞ୍ଚଳ ପାଇଁ ଅଭିଶାପ ପାଲଟିଛି । ଗ୍ରାମର ବିଭିନ୍ନ ସମସ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।
ସୂଚନା ଅନୁଯାୟୀ, ଜିଲ୍ଲାର ପ୍ରାଚୀନ ଜନବସତି ତଥା ବାଣିଜ୍ୟିକ ପେଣ୍ଠସ୍ଥଳ ବାଉଶୁଣୀ ଗ୍ରାମ ଉପରେ ପ୍ରାୟ 10 ଖଣ୍ଡ ପଞ୍ଚାୟତର ଅଧିବାସୀ ନିର୍ଭରଶୀଳ । ହେଲେ ଏହି ଜନପଦ ବର୍ତ୍ତମାନ ବ୍ୟାପକ ସମସ୍ୟା ଘେରରେ ରହିଥିବା ଅଭିଯୋଗ ହୋଇଛି । ଏହି ବାଉଶୁଣୀ ଗ୍ରାମ ଉପରେ ପ୍ରାୟ ଦଶଟି ପଞ୍ଚାୟତର ଅଧିବାସୀ ଶିକ୍ଷା, ସ୍ବାସ୍ଥ୍ୟ, ଥାନା, ଦମକଳ, ବାଣିଜ୍ୟ ବ୍ୟବସାୟ ପାଇଁ ନିର୍ଭରଶୀଳ । ଦୀର୍ଘ ବର୍ଷ ହେଲା ବାଉଶୁଣୀ ଅଞ୍ଚଳକୁ ଏକ ପୌରାଞ୍ଚଳର ମାନ୍ୟତା ପାଇଁ ଦାବି ହୋଇ ଆସୁଥିବା ବେଳେ ଏଠାରେ ବାଏପାସ ନଥିବାରୁ ପ୍ରତ୍ୟେକ ଦିନ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ସଡକ ଦୁର୍ଘଟଣା ଘଟୁଛି । ସେହିପରି ବାଘନଦୀ କୂଳରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ପ୍ରିୟ ଡ଼ାକବଙ୍ଗଳାରେ ବର୍ତ୍ତମାନ ଅସାମାଜିକ ତତ୍ତ୍ବ ରାଜୁତି କରୁଥିବା ବେଳେ ତାହା ଏବେ ଭୂତକୋଠି ପାଲଟିଛି ।
ଏହା ମଧ୍ୟ ପଢନ୍ତୁ- ସମସ୍ୟା ଘେରରେ ଗାଁ: ଗୁହାରି ଶୁଣୁନି ପ୍ରଶାସନ, ଆନ୍ଦୋଳନ ପାଇଁ ସଜବାଜ ଗ୍ରାମବାସୀ