ଓଡିଶା

odisha

ETV Bharat / state

ଜୀବନ ଜୀବିକାର ମାଧ୍ୟମ ପାଲଟିଛି ପୂର୍ଣ୍ଣି କନ୍ଦା

ବୌଦ୍ଧ ଜିଲ୍ଲାର ଜହ୍ନାପଙ୍କ ନିକଟସ୍ଥ ଚଣ୍ଡୀ ବନ୍ଧଠାରେ ପ୍ରତ୍ୟେକ ବର୍ଷ ପାଣି ଶୁଖିଯିବା ପରେ ସ୍ଥାନୀୟ ଗରିବ ଲୋକେ ଜୀବୀକା ଅର୍ଜନ ନିମନ୍ତେ ଏହି ପୂର୍ଣ୍ଣି କନ୍ଦା ସଂଗ୍ରହ କରି ପରିବାର ପ୍ରତିପୋଷଣ କରିଥାନ୍ତି ।

By

Published : May 18, 2019, 6:15 AM IST

ଫଟୋ ସୌଜନ୍ୟ: ପ୍ରିତିନିଧି, ବୌଦ୍ଧ

ବୌଦ୍ଧ: ଜୀବନ ଜୀବିକାର ମାଧ୍ୟମ ପାଲଟିଛି ମାଟି ତଳର କନ୍ଦା । ତେବେ ଏହି କନ୍ଦା କୌଣସି ସାଧାରଣ ସ୍ଥାନରେ ନୁହେଁ, କେବଳ ଶୁଖିଆସୁଥିବା ପଦ୍ମ ପୋଖରୀରେ ହିଁ ମିଳିଥାଏ । ପଦ୍ମ ଫୁଲର ନାଡ ତଳକୁ ମାଟି ତଳେ ରହିଥାଏ ଏହି କନ୍ଦା । ଏହାକୁ ସ୍ଥାନୀୟ ଭାଷାରେ ପୂର୍ଣ୍ଣି କନ୍ଦା କୁହାଯାଏ ।

ଭିଡିଓ ସୌଜନ୍ୟ: ପ୍ରିତିନିଧି, ବୌଦ୍ଧ


ଖରାଦିନର ପଦ୍ମ ପୋଖରୀରୁ ପାଣି ଶୁଖିଆସୁଥିବା ବେଳେ କାଦୁଅ ପଙ୍କ ମଧ୍ୟରୁ ମିଳିଥାଏ ଏହି ପୂର୍ଣ୍ଣି କନ୍ଦା । କେତେକ ଏହାକୁ ମହୁନାଡ ବୋଲି ମଧ୍ୟ କହିଥାନ୍ତି । ମାଟି ତଳୁ ମିଳୁଥିବା ଏହି କନ୍ଦା ବୌଦ୍ଧ ଅଞ୍ଚଳଲୋକଙ୍କ ଅତ୍ୟନ୍ତ ପ୍ରିୟ ଖାଦ୍ୟ । ଏହାକୁ କାଟି ଭଜା କିମ୍ବା ତରକାରୀ କଲେ ଅତ୍ୟନ୍ତ ସ୍ବାଦିଷ୍ଟ ଲାଗିଥାଏ ।

ବୌଦ୍ଧ ଜିଲ୍ଲାର ଜହ୍ନାପଙ୍କ ନିକଟସ୍ଥ ଚଣ୍ଡୀ ବନ୍ଧଠାରେ ପ୍ରତ୍ୟେକ ବର୍ଷ ପାଣି ଶୁଖିଯିବା ପରେ ସ୍ଥାନୀୟ ଗରିବ ଲୋକେ ଜୀବୀକା ଅର୍ଜନ ନିମନ୍ତେ ଏହି ପୂର୍ଣ୍ଣି କନ୍ଦା ସଂଗ୍ରହ କରି ପରିବାର ପ୍ରତିପୋଷଣ କରିଥାନ୍ତି । କେବଳ ଏହି ଗୋଟିଏ ସ୍ଥାନ ନୁହେଁ, ଜିଲ୍ଲାର ଆହୁରି ଅନେକ ସ୍ଥାନରେ ଏଭଳି ଏହି କନ୍ଦାକୁ ସଂଗ୍ରହ କରାଯାଇଥାଏ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details