ଓଡିଶା

odisha

ETV Bharat / state

ଅନ୍ଧାରରେ କ୍ରୀଡାବିତଙ୍କ ଭବିଷ୍ୟତ; 13 ବର୍ଷରେ ବି ଅସଂପୂର୍ଣ୍ଣ ବୌଦ୍ଧ ଷ୍ଟାଡିୟମ - ଭିତ୍ତିଭୂମି

କ୍ରୀଡାବିତଙ୍କ ସୁବିଧା ସୁଯୋଗ ପାଇଁ ରାଜ୍ୟର ସମସ୍ତ ବ୍ଲକରେ ଷ୍ଟାଡିୟମ ନିର୍ମାଣ ପାଇଁ ଘୋଷଣା କରିଥିଲେ ସରକାର । ହେଲେ ବୌଦ୍ଧ ଷ୍ଟାଡିୟମ ସରିବ କେବେ ?

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Sep 8, 2019, 10:55 PM IST

ବୌଦ୍ଧ: ରାଜ୍ୟର କୌଣସି ପ୍ରତିଭାପୂର୍ଣ୍ଣ ଖେଳାଳି ଯେମିତି କୌଣସି ସୁବିଧା ସୁଯୋଗରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ରାଜ୍ୟ ସରକାର ପ୍ରତି ବ୍ଲକରେ ଆଧୁନିକ ଷ୍ଟାଡିୟମର ନିର୍ମାଣ ପାଇଁ ଗତ ଦୁଇ ବର୍ଷ ତଳେ ଘୋଷଣା କରିଥିଲେ । ଏହାସହ ଯଥା-ସମ୍ଭବ ନିର୍ମାଣ ଷ୍ଟାଡିୟମରେ ସବୁ ଭିତ୍ତିଭୂମି ଯୋଗାଇବାକୁ ନିଷ୍ପତି ନେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ହେଲେ ଗତ 13 ବର୍ଷ ତଳୁ ନିର୍ମାଣ ଆରମ୍ଭ ହୋଇଥିବା ବୌଦ୍ଧ ଜିଲ୍ଲାସ୍ତରୀୟ ଷ୍ଟାଡିୟମର ଅବସ୍ଥା ଦେଖିଲେ ମନେ ହେବ ସରକାରଙ୍କ ଷ୍ଟାଡିୟମ ନିର୍ମାଣର ଘୋଷଣାରେ କେତେ ଦମ ଅଛି। କାରଣ ଏହି ଷ୍ଟାଡିୟମର ଅବସ୍ଥା ଏବେ ପୂରା ଶୋଚନୀୟ ହୋଇପଡିଛି । ଜିଲ୍ଲାର ପୁରୁଣା କଚେରୀ ଛକ ନିକଟରେ ଥିବା ଷ୍ଟାଡିୟମ ନିର୍ମାଣ 13 ବର୍ଷ ହେଲା ଚାଲିଛି ଯେ ସରିବାର ନା ଧରୁନି । କି କେବେ ସରିବ ତାର ଉତ୍ତର ମଧ୍ୟ କାହା ପାଖରେ ନାହିଁ । ଗୋଟିଏ ପାର୍ଶ୍ବ ନିର୍ମାଣ ଶେଷ ହେଲା ବେଳକୁ ଅନ୍ୟପାର୍ଶ୍ବରେ ଭାଙ୍ଗି ଯାଉଛି । ଫଳରେ କେବଳ ଏଠି ଠିକାଦାର ପୌଷମାସ ଚାଲିଥିବା ବେଳେ ଖେଳାଳି ଯେମିତି ଥିଲେ ସେମିତି ଅଛନ୍ତି ।


ଷ୍ଟାଡିୟମରେ କେଉଁଠି ପାଣି ଜମି ରହିଥିବା ବେଳେ କେଉଁଠି କୁଢକୁଢ ଅଳିଆ ଆବର୍ଜନା ଗଦା ହୋଇଛି । କୌଣସି ସୁରକ୍ଷାକର୍ମୀ ମଧ୍ୟ ନାହାନ୍ତି । ଫଳରେ ଅସାମାଜିକ ଲୋକଙ୍କ ଏହା ଏକ ସୁରକ୍ଷିତ ଜାଗାରେ ପରିଣତ ହୋଇଛି। ଏଠି ପ୍ରଶ୍ନ ଉଠୁଛି ଯଦି ଗୋଟିଏ ଷ୍ଟାଡିୟମ ନିର୍ମାଣ ପାଇଁ ବର୍ଷବର୍ଷ ଲାଗିବ କ୍ରୀଡାବିତ ନିର୍ମାଣ ପାଇଁ କେତେ ବର୍ଷ ଲାଗିବ ? ତୁରନ୍ତ ଷ୍ଟାଡିୟମର ନିର୍ମାଣ ଶେଷ କରିବା ସହ ବ୍ୟବହାର ଉପଯୁକ୍ତ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details