ଓଡିଶା

odisha

ETV Bharat / state

ଗୋଚର ସରକାରୀ ଜମି ହଡପ ଅଭିଯୋଗ - ବୌଦ୍ଧରେ ଜମି ହଡପ

ଗୋଚର ଜମି ଓ ଅନ୍ୟାନ୍ୟ ସର୍ବସାଧାରଣଙ୍କ ସ୍ଥାନ ଓ ପୋଖରୀକୁ ହଡପ କରାଯାଉଥିବା ଅଭିଯୋଗ । ବୌଦ୍ଧ ଜିଲ୍ଲାର ହରଭଙ୍ଗା ତହସିଲ ଅନ୍ତର୍ଗତ ବାମଣ୍ଡା ଗ୍ରାମରେ ଏଭଳି ଚଞ୍ଚକତା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଗୋଚର ସରକାରୀ ଜମି ହଡପ ଅଭିଯୋଗ
ଗୋଚର ସରକାରୀ ଜମି ହଡପ ଅଭିଯୋଗ

By

Published : Jun 12, 2021, 11:00 PM IST

ବୌଦ୍ଧ: ଗାଈଗୋରୁଙ୍କ ପାଇଁ ପ୍ରତ୍ୟେକ ରାଜସ୍ୱ ମଣ୍ଡଳ ରେ ସ୍ବତନ୍ତ୍ର ଭାବରେ ଗୋଚର ଜମି ରହିଛି । ତେବେ କେତେକ ସ୍ଥାନରେ ଏହି ଗୋଚର ଜମି ଓ ଅନ୍ୟାନ୍ୟ ସର୍ବସାଧାରଣଙ୍କ ସ୍ଥାନ ଓ ପୋଖରୀକୁ ହଡପ କରାଯାଉଥିବା ଅଭିଯୋଗ ହୋଇଛି ।

ଗୋଚର ସରକାରୀ ଜମି ହଡପ ଅଭିଯୋଗ

ଗାଈଗୋରୁ ଙ୍କ ପାଇଁ ଉଦ୍ଦିଷ୍ଟ ଗୋଚର ଜମିକୁ ହଡପ କରାଯାଉଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି ।ସରକାରଙ୍କ ଯେତେ ବଡ ଯୋଜନା କିମ୍ବା ପ୍ରକଳ୍ପ ପ୍ରସ୍ତାବ ଗୋଚର ଜମି ପ୍ରଭାବିତ ହେଲେ ସମାନ ପରିମାଣରେ ଜମି ଚିହ୍ନଟ କରି ଯୋଗାଇ ଦିଆଯାଏ । କିନ୍ତୁ ବର୍ତ୍ତମାନ ବୌଦ୍ଧ ଜିଲ୍ଲାର ତିନୋଟି ତହସିଲ ଅଧିନରେ ଥିବା ବିଭିନ୍ନ ରାଜସ୍ବ ମଣ୍ଡଳ ରେ ବ୍ୟାପକ ଭାବେ ଗୋଚର ଜମିକୁ ହଡପ କରାଯାଉଥିବା ନେଇ ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ବାମଣ୍ଡା ଗ୍ରାମରେ ପୂର୍ବରୁ ଥିବା 13 ହେକ୍ଟର ଗୋଚର ଜମି ବର୍ତ୍ତମାନ ସ୍ଥାନୀୟ ଆର ଆଇ ଙ୍କ ସହାୟତାରେ କିଛି ଲୋକ ପଟ୍ଟା କରାଇନେଇଥିବା ନେଇ ଅଭିଯୋଗ ହୋଇଛି ।

ଏପରିକି ଉକ୍ତ ସ୍ଥାନରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଧ୍ୟ ନିର୍ମାଣ ହୋଇ ବିଲ ପୈଠ ହେଉଥିବା ନେଇ ଅଭିଯୋଗ ହୋଇଛି । ବର୍ତ୍ତମାନ ପୁଣି ବାମଣ୍ଡା ଠାରେ ଗୋଚର ଜମିରେ ଜଣେ ବ୍ୟକ୍ତି ଙ୍କ ନାମରେ ମୋ ପୋଖରୀ ଯୋଜନାରେ ବନ୍ଧ ଖୋଳାଯାଇଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ନିକଟରେ ଅଭିଯୋଗ ହୋଇଛି । ସେହିପରି ଲୁଣିବାହାଲ ପଞ୍ଚାୟତ ଲଇଗାଁ ଗ୍ରାମ୍ୟ ବନ୍ଧକୁ ଜଣେ ବ୍ୟକ୍ତି ନିଜ ନାମରେ ଚଞ୍ଚକତା କରି ପଟ୍ଟା କରାଇ ନେଇଥିବା ନେଇ ହରଭଙ୍ଗା ତହସିଲଦାର ଙ୍କ ନିକଟରେ ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details