ଓଡିଶା

odisha

ETV Bharat / state

ମୃତଦେହ ସତ୍କାର ପାଇଁ କାଠର ଘୋର ଅଭାବ - ବୌଦ୍ଧ କୋରୋନା

କୋରୋନା ମହାମାରୀର ସଙ୍କଟ କାଳରେ ମୃତଦେହ ସତ୍କାର ପାଇଁ ବୌଦ୍ଧ ଜିଲ୍ଲାରେ କାଠର ଘୋର ଅଭାବ ଦେଖାଦେଇଛି । ଅଧିକ ପଢନ୍ତୁ...

ମୃତଦେହ ସତ୍କାର ପାଇଁ କାଠର ଘୋର ଅଭାବ
ମୃତଦେହ ସତ୍କାର ପାଇଁ କାଠର ଘୋର ଅଭାବ

By

Published : May 29, 2021, 3:29 PM IST

ବୌଦ୍ଧ : ଜିଲ୍ଲାରେ ମୃତଦେହ ସତ୍କାର ପାଇଁ କାଠର ଘୋର ଅଭାବ ଦେଖାଦେଇଛି । କାଠ ଡିପୋରେ ଦୁଇ ଚାରୋଟି ବଡ କାଠ ଗଣ୍ଡିକୁ ଛାଡି ଦେଲେ କାଠ ନାହିଁ । କୋରୋନା ମହାମାରୀ ସମୟରେ କାଠ ଅଭାବରୁ ମୃତ ଦେହ ସତ୍କାର କରିବା ଏକ ବଡ ସମସ୍ୟା ପାଲଟିଛି । ବୌଦ୍ଧ ଜିଲ୍ଲା ସଦର ମହକୁମାରେ ଥିବା ଏକମାତ୍ର କାଠ ଡିପୋରେ କାଠ ମିଳୁନଥିବା ଅଭିଯୋଗ ହୋଇଛି ।

ମୃତଦେହ ସତ୍କାର ପାଇଁ କାଠର ଘୋର ଅଭାବ

ବୌଦ୍ଧସ୍ଥିତ ରାଜଘାଟ ବା ଶ୍ମଶାନ ଘାଟରେ କେବଳ କୋରୋନାର୍ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମୃତ ଦେହକୁ ଦାହ କରାଯାଉଥିବାବେଳେ ଅନ୍ୟ ମୃତକଙ୍କ ସତ୍କାର ମହାନଦୀର ଶୁଷ୍କ ବାଲୁକା ଶଯ୍ୟାରେ କରାଯାଉଥିବା ସୂଚନା ମିଳିଛି ।

ସେପଟେ ଉଭୟ କରୋନା ଜନିତ ଓ ସାଧାରଣ ମୃତ୍ୟୁରେ ସତ୍କାର ପାଇଁ କାଠର ଅଭାବ ବୌଦ୍ଧ ଭଳି ଜଙ୍ଗଲ ଅଞ୍ଚଳରେ ହେଵା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଚର୍ଚ୍ଚା ହେଉଛି । ଘଟଣାକୁ କାଠଡିପୋ କର୍ମଚାରୀ ସ୍ବୀକାର କରିବା ସହ ଆଜି କିମ୍ବା କାଲି ସୁଦ୍ଧା କାଠ ପହଞ୍ଚିବା ସମ୍ଭାବନା ରହିଥିବା କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details