ବୌଦ୍ଧ:ଦଲାଲଙ୍କ କବଳରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ । ଅସହାୟ ହିତାଧିକାରୀଙ୍କୁ ସହାୟତା ଯୋଗାଇଦେବା ନାଁରେ ଦଲାଲମାନେ ଅର୍ଥ ଶୋଷଣ କରୁଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ଅର୍ଥ ବାବଦକ କିଛି ଦଲାଲ ମୂଲଚାଲ କରୁଛନ୍ତି । ମୂଲଚାଲ ନହୋଇ ପାରିଲା ତେବେ ଉକ୍ତ ହିତାଧିକାରଙ୍କୁ ବାରମ୍ବାର ହଇରାଣ କରାଯାଉଥିବା ନେଇ ବହୁ ଅଭିଯୋଗ ହୋଇଛି ।
ଉପାନ୍ତ ଅଞ୍ଚଳର ଶ୍ରମିକଙ୍କୁ ଦଲାଲମାନେ ଶୋଷଣ କରୁଥିବା ବେଳେ ସହାୟତା ନାଁରେ ବ୍ୟାପକ ଅର୍ଥ ଶ୍ରମିକଙ୍କଠାରୁ ଆଦାୟ କରୁଛନ୍ତି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ୫୦ ହଜାରରୁ ଉର୍ଦ୍ଧ୍ବ ନିର୍ମାଣ ଶ୍ରମିକଙ୍କ ନାମ ପଞ୍ଜିକୃତ ହୋଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଉଭୟ କୁଶଳୀ ଓ ଅଣକୁଶଳୀ ଶ୍ରମିକ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ଜିଲ୍ଲାର କେବଳ କଣ୍ଟାମାଳ ବ୍ଲକରେ ସର୍ବାଧିକ ନିର୍ମାଣ ଶ୍ରମିକ ରହିଥିବା ବେଳେ ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ବ ଶ୍ରମିକ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । କଣ୍ଟାମାଳ ବ୍ଲକର ୨୪ ପଞ୍ଚାୟତର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଏହି ଶ୍ରମିକମାନଙ୍କୁ ସ୍ଥାନୀୟ କେତେକ ଦଲାଲ ଶ୍ରମିକ ସଂଗଠନ ପରିଚୟ ଦେଇ ଆର୍ଥିକ ଶୋଷଣ କରୁଥିବା ଅଭିଯୋଗ ହୋଇଛି । କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଏଭଳି ଶ୍ରମିକ ଦଲାଲମାନେ ସକ୍ରିୟ ହୋଇ ଉଠିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ପ୍ରତିଶ୍ରୁତି ଦେଇ ଭୁଲିଗଲା ବେଦାନ୍ତ, ଥଇଥାନ ଦାବିରେ ମୃତ ଶ୍ରମିକଙ୍କ ପରିବାରର ଆମରଣ ଅନଶନ