ବୌଦ୍ଧ:ଜିଲ୍ଲାର ଏକମାତ୍ର ବୃହତ୍ତ ଶିଳ୍ପାନୁଷ୍ଠାନରେ ଶ୍ରମିକ ଅଶାନ୍ତି । ସଂସ୍ଥାରେ କାର୍ଯ୍ୟରତ ଶ୍ରମିକଙ୍କୁ ଶୋଷଣ ସହିତ ଧାର୍ଯ୍ୟ ନିୟମ ଠାରୁ ଯଥେଷ୍ଟ ଅଧିକ କାର୍ଯ୍ୟରେ କରାଯାଉଥିବା ଶ୍ରମିକ ଅଭିଯୋଗ କରିଛନ୍ତି । ଏହାସହ ସମାନ କାମକୁ ସମାନ ଦରମା ପ୍ରଦାନ କରାଯାଉ ନଥିବା ଓ ଶ୍ରମିକମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଶ୍ରମିକ ।
ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାର ରାମ୍ଭିକଟା ଠାରେ ଥିବା BDPL ଡିଷ୍ଟିଲାରୀ କମ୍ପାନୀ ରାଜ୍ୟର ଅନ୍ୟତମ ସ୍ପିରିଟ ଉତ୍ପାଦନକାରୀ ସଂସ୍ଥା । ଏହା ସଂସ୍ଥାରେ ଜିଲ୍ଲାର ଏକମାତ୍ର ବୃହତ ଶିଳ୍ପାନୁଷ୍ଠାନ । ଏଠାରେ ପ୍ରସ୍ତୁତ ସବୁଜ ତୈଳ ସାରା ରାଜ୍ୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛି । ଏଠାରେ ଶତାଧିକ ଶ୍ରମିକ କାର୍ଯ୍ୟକରୁଥିବା ବେଳେ ଶ୍ରମିକଙ୍କୁ ଏଠାରେ ଶୋଷଣ କରାଯାଉଥିବା ଅଭିଯୋଗ ଆସିଛି । ଯାହାକୁ ଦୀର୍ଘ ଦିନଧରି ଶ୍ରମିକମାନଙ୍କ ମଧ୍ୟରେ ଶ୍ରମିକ ଅଶାନ୍ତି ଦେଖାଦେଇଥିଲା । ଶ୍ରମିକମାନେ ଅଭିଯୋଗ କରୁଥିବା ବେଳେ ଏହାର କୌଣସି ସମାଧାନ କରାନଯିବାରୁ ଆଜି ଶତାଧିକ ଶ୍ରମିକ କମ୍ପାନୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନଙ୍କ ସମସ୍ୟା ସମଧାନ ନହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ ।
ଶ୍ରମିକମାନେ ଅଭିଯୋଗ କରିଛନ୍ତି ଯେ, ଏହି ବିଡିପିଏଲ ସଂସ୍ଥାରେ କାର୍ଯ୍ୟରତ ଶତାଧିକ ଶ୍ରମିକଙ୍କୁ ଆବଶ୍ୟକତା ଠାରୁ ଢେର ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ କରାଯାଉଛି । ସମାନ କାର୍ଯ୍ୟକୁ ସମାନ ଦରମା ମିଳୁ ନାହିଁ । ଯାହାକୁ ନେଇ ସେମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଜଣାଇ ବିଫଳ ହୋଇଛନ୍ତି । ହେଲେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ତାଙ୍କ କଥାକୁ କମ୍ପାନୀ ଗୁରୁତ୍ବ ଦେଉନାହିଁ । ଶେଷରେ ଅତିଷ୍ଠ ହୋଇ ଆଜି ରାମ୍ଭିକଟା ସ୍ଥିତ ବିଡିପିଏଲ ସଂସ୍ଥା ସମ୍ମୁଖରେ ଶତାଧିକ ଶ୍ରମିକମାନେ କମ୍ପାନୀ ରାସ୍ତା ଅବରୋଧ କରିବା ସହିତ ଏନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।