ଓଡିଶା

odisha

ETV Bharat / state

ଏମିତି ଏକ ପରିବାର, ଯେଉଁଠି ଜନ୍ମ ନିଅନ୍ତି ଯାଆଁଳା ଶିଶୁ

ବୌଦ୍ଧ ଜିଲ୍ଲା କମ୍ପରା ଗାଁରେ ରହିଛି ଏଭଳି ଏକ ପରିବାର, ଯେଉଁ ପରିବାରରେ ପିଢି ପିଢି ଧରି ଜନ୍ମ ନେଉଛନ୍ତି ଯାଆଁଳା ଶିଶୁ ।

By

Published : May 26, 2019, 11:45 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ


ବୌଦ୍ଧ: ଯାଆଁଳା ବା ଯମଜ ଶିଶୁ ଜନ୍ମ ହେବା ସାଧାରଣ କଥାରେ ପରିଣତ ହୋଇଗଲାଣି । ଆଜିକାଲି ଘରେ ଘରେ ଜନ୍ମ ହେଉଛି ଯାଆଁଳା ଶିଶୁ । ଯାଆଁଳା ସନ୍ତାନକୁ ନେଇ ଭାରତ ବର୍ଷର ବିଭିନ୍ନ ସ୍ଥାନରେ ଅନେକ ଉଦାହରଣ ରହିଛି । ଏପରିକି ଗୋଟିଏ ଗୋଟିଏ ଗାଁ ଯମଜ ଗାଁ ଭାବେ ମଧ୍ୟ ପରିଚିତ । ବୌଦ୍ଧ ଜିଲ୍ଲାରେ ଏଭଳି ଏକ ପରିବାର ରହିଛି, ଯେଉଁ ପରିବାରରେ ପିଢି ପଢି ଧରି ଜନ୍ମ ହେଉଛନ୍ତି ଯମଜ ସନ୍ତାନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ କମ୍ପରା ଗାଁରେ ରୁହନ୍ତି ଶ୍ରୀକାନ୍ତ ମହାନନ୍ଦଙ୍କ ପରିବାର । ଗତ ଶନିବାର ତାଙ୍କ ପରିବାରରେ ଜନ୍ମ ହୋଇଛି ଯାଆଁଳା ସନ୍ତାନ । କିନ୍ତୁ ରୋଚକ କଥା ହେଉଛି ଏହି ପରିବାର ଏହି ଯାଆଁଳା ସନ୍ତାନ ଜନ୍ମ ହେବା ପ୍ରଥମ ଘଟଣା ନୁହେଁ । ପିଢି ପିଢି ଧରି ତାଙ୍କ ପରିବାରରେ ଜନ୍ମ ହେଉଛନ୍ତି ଯାଆଁଳା ସନ୍ତାନ । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ଶିଶୁ ବିଶେଷଜ୍ଞ ଡାକ୍ତର କୁହନ୍ତି, ପିଢି ପିଢି ଧରି ଯାଆଁଳା ଜନ୍ମ ନେବା ଚିକିତ୍ସା ଶାସ୍ତ୍ରରେ ସମ୍ଭବ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details